ନେହା କକ୍କର ଏହି ବ୍ୟକ୍ତିଙ୍କୁ ଦେଲେ ଦୁଇ ଲକ୍ଷ ଟଙ୍କା, ପଢ଼ନ୍ତୁ କିଏ ସେ ଲୋକ

ଭାଇରାଲ
ସେୟାର କରନ୍ତୁ

ବଲିଉଡ୍‌ର ପ୍ଲେବ୍ୟାକ୍ ସିଙ୍ଗର ନେହା କକ୍କର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ 2 ଲକ୍ଷ ଟଙ୍କା ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ସେ ଖୁସି ହୋଇ ତାଙ୍କୁ ଏହି ଟଙ୍କା ଦେଇଛନ୍ତି । କଥା ହେଉଛି, 71ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌11’ର ଏକ ବିଶେଷ ଏପିସୋଡ୍‌ର ଶୁଟିଂ ଚାଲିଥିଲା । ଏଥିରେ ସେନା, ପୁଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅତିଥି ଭାବେ ଯୋଗ ଦେଇଥିଲେ ।

ଏମାନଙ୍କ ସମ୍ମାନରେ ପ୍ରତିଯୋଗୀମାନେ ଗୀତ ଗାଇଥିଲେ । ତେବେ ଶୋ’ ଚାଲିଥିବା ସମୟରେ ନେହା ଅଗ୍ନିଶମ କର୍ମଚାରୀ ବିପିନ ଗନ୍ତ୍ରାଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇ ସମ୍ମାନିତ କରିବା ପାଇଁ ଘୋଷଣା କରିଥିଲେ । ବିପିନ୍ ଗନ୍ତ୍ରା ଗତ 40 ବର୍ଷ ହେଲା ନିଆଁ ଲିଭାଇ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି । ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ମିଳିଛି । ନେହା କହିଥିଲେ, ‘ଯେଉଁଭଳିଭାବେ ଆପଣ ନିଜ କଥା ନ ଭାବି ଅନ୍ୟ ଲୋକଙ୍କ ଜୀବନ ବଞ୍ଚାଇବା କାମ କରୁଛନ୍ତି, ତାହା ପ୍ରଶଂସା ଯୋଗ୍ୟ । ମୁଁ ବର୍ଣ୍ଣନା କରିପାରିବିନି ଯେ ଆପଣଙ୍କୁ ଭେଟି ମୁଁ କେତେ ଖୁସି । ଆପଣଙ୍କୁ ମୁଁ 2 ଲକ୍ଷ ଟଙ୍କା ଦେବାକୁ ଚାହୁଁଛି ।” ନେହାଙ୍କ ଏହି କଥା ଶୁଣି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ।

ସୂଚନାଯୋଗ୍ୟ, ଏହି ରିଆଲିଟି ଶୋ’ର ଚଳିତ ସିଜିନ୍‌ରେ ନେହା ଦୁଇ ଜଣ ପ୍ରତିଯୋଗୀଙ୍କୁ ମୋଟ 3 ଲକ୍ଷ ଟଙ୍କା ଦେଇଛନ୍ତି । ଯେତେବେଳେ ଜଣେ ପ୍ରତିଯୋଗୀ କହିଥିଲେ ଯେ ସେ ଟଙ୍କା ନଥିବାରୁ ପାଞ୍ଚ-ଛଅ ବର୍ଷ ହେଲାଣି ଦୀପାବଳିରେ ଘରକୁ ଯାଇ ନାହାନ୍ତି ସେତେବେଳେ ନେହାଙ୍କ ହୃଦୟ ତରଳି ଯାଇଥିଲା । ସେ ତାଙ୍କୁ ଲକ୍ଷେ ଟଙ୍କା ଦେଇ ଦୀପାବଳି ପାଳିବାକୁ ଘରକୁ ପଠାଇଥିଲେ ।

ଏହା ବ୍ୟତୀତ ଶୋ’ର ଆଉ ଜଣେ ପ୍ରତିଯୋଗୀ ସନି ହିନ୍ଦୁସ୍ତାନୀଙ୍କ ଦୁଃଖଭରା କାହାଣୀ ଶୁଣି ନେହାଙ୍କ ଆଖିରୁ ଲୁହ ଆସିଯାଇଥିଲା ଓ ସେ ତାଙ୍କୁ 2 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ସନି ସଙ୍ଗୀତ ନିର୍ଦ୍ଦେଶକ ରୋଶନ୍‌ ଅଲ୍ଲୀଙ୍କ ସହ କାମ କରୁଥିଲେ । ତେବେ କିଛି ଦିନ ପରେ ଖରାପ ସ୍ୱାସ୍ଥ୍ୟ ଯୋଗୁ ତାଙ୍କୁ ଟିମ୍‌ରୁ ବାହାରିବାକୁ ପଡ଼ିଥିଲା । ଆଉ ତା’ପରଠୁ ସେ ସଂଘର୍ଷ କରୁଛନ୍ତି । ରୋଶନଙ୍କ ଏ କାହାଣୀ ଶୁଣି ନେହା ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।


ସେୟାର କରନ୍ତୁ