
ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଘରେ ଦୁଃଖର ବାଦଲ ଖେଳିଯାଇଛି । ଶାହରୁଖଙ୍କ ସମ୍ପର୍କୀୟ ଭଉଣୀ ନୂର ଜହାଁଙ୍କର ଆଜି ଦେହାନ୍ତ ହୋଇଛି । ନୂରଙ୍କ ଛୋଟ ଭାଇ ମଂସୁର ଏନେଇ ଖବର ଦେଇଛନ୍ତି । ତେବେ ନୂର ବହୁ ଦିନରୁ କ୍ୟାନ୍ସରେ ପିଡୀତ ଥିଲେ ବୋଲି ଜଣାପଡିଛି । ସେ ପାକିସ୍ତାନ ପେଶାବରର କତାଲ ଅଞ୍ଚଳରେ ରହୁଥିଲେ । ୨୦୧୮ ନିର୍ବାଚନରେ ନାମାଙ୍କନ ଭରି ଚର୍ଚ୍ଚାକୁ ଆସିଥଲେ ନୂର ଜହାଁ ।