ପଲକ ଝପକ ମାରିବା କ୍ଷଣି ବୁଢିଆଣି ବୁଣି ଦେଉଛି ଜାଲ, ଦେଖନ୍ତୁ ଭାଇରଲ ଭିଡ଼ିଓ

ଭାଇରାଲ
ସେୟାର କରନ୍ତୁ

ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଆଖ ପାଖରେ ବୁଢିଆଣୀ ଜାଲ ଦେଖିଥିବେ । କିନ୍ତୁ, ଆପଣ କେବେ ଦେଖିଛନ୍ତି କି ଏକ ବୁଢିଆଣୀ ଆପଣଙ୍କ ସାମ୍ନାରେ ଜାଲ ବୁଣୁଥିବାର? ଅବଶ୍ୟ ବହୁତ କମ୍ ଲୋକ ଏହାକୁ ଦେଖିଥାଇ ପାରନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ବୁଢିଆଣୀ ବୁଲେଟ୍ ବେଗରେ ଜାଲ ବୁଣୁଅଛି । ତେବେ ଲୋକମାନେ ଏହାକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଭିଡିଓ ଆରମ୍ଭରେ ବୁଢିଆଣୀ ପ୍ରଥମେ ଜାଲର ବାହ୍ୟ ଅଂଶ ବୁଣି ଥାଏ । ତା’ପରେ ଧୀରେ ଧୀରେ ଭିତର ଅଂଶ ଏକ ବୃତ୍ତାକାର ଢଙ୍ଗରେ ବୁଣି ଜାଲ ମଝିରେ ପହଞ୍ଚେ । ଏହାକୁ ଦେଖି ଲାଗୁଛି ଯେ ଭିଡିଓର ଗତି ବଢିଯାଇଛି ଯେଉଁଥିପାଇଁ ବୁଢିଆଣୀ ଶୀଘ୍ର ଶୀଘ୍ର ଜାଲ ବୁଣୁଥିବାର ଦେଖାଯାଏ । କିନ୍ତୁ, ଏହା ସତ୍ତ୍ୱେ ବୁଢିଆଣୀ ଯେଉଁ ପ୍ରକାରରେ ଜାଲ ବୁଣୁଅଛି, ତାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ବୁଢିଆଣୀ ମଧ୍ୟ ଆମ ଘରେ ମିଳୁଥିବା ସାଧାରଣ ବୁଢିଆଣୀ ନୁହେଁ । ଭିଡିଓଟି କୌଣସି ଘର ଭିତରେ ଦେଖାଯାଉଛି, ଯେହେତୁ ପଛରେ ଏକ ଚେୟାର ଦେଖାଯାଉଛି ଏବଂ ଏକ ଘର ଦୃଶ୍ୟମାନ ହେଉଛି । ହି ଭିଡିଓ ଦେଖନ୍ତୁ-

ଯିଏ ବି ଏହି ଭିଡିଓ ଦେଖିଛି ଆଶ୍ଚର୍ଯ୍ୟ ହୋଇଯାଇଛି । ଲୋକମାନେ କିଛି ସମୟ ପାଇଁ ସେମାନଙ୍କ ଆଖିକୁ ବିଶ୍ୱାସ କରିପାରି ନଥିଲେ । ଏହି ଭିଡିଓ ଟ୍ୱିଟରରେ ‘@buitengebieden’ ନାମକ ଏକ ଆକାଉଣ୍ଟ ସହିତ ସେୟାର କରାଯାଇଛି । ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ।

ଏହି ଲେଖାଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଏହାକୁ ଲାଇକ ଏବଂ ସେୟାର କରନ୍ତୁ । ଅଧିକ ଖବର ଜାଣିବା ପାଇଁ Chrome ଦ୍ୱାରା Truthink.in ଲଗିଂନ କରନ୍ତୁ ।


ସେୟାର କରନ୍ତୁ