ଆଖିତଳ କଳା ପଡୁଛି କି ଆପଣାନ୍ତୁ ଏହି ଉପାୟ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆଖି ତଳେ କଳାଦାଗ ଓ ଡାର୍କ ସର୍କଲ  ଦେଖାଯାଉଛି କି ? ତେବେ ଚିନ୍ତା କରନ୍ତୁ ନାହିଁ ।   ଆଳୁ ଏ ସବୁ ସମସ୍ୟାର ନିରାକରଣ ପାଇଁ ସହାୟକ ହେବ । କୌଣସି ଔଷଧ ବ୍ୟବହାର ନ କରି ଆଳୁର ସାହାଯ୍ୟ ନେଇ  ଘରୋଇ ଉପାୟରେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। ତା’ସହିତ ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ମଧ୍ୟ ଆଳୁକୁ ବ୍ୟବହାର କରିପାରିବେ। ତା’ହେଲେ ଆସନ୍ତୁ ଏସବୁ ପାଇଁ ଆଳୁକୁ କେମିତି ବ୍ୟବହାର କରିବେ।

୧. ଯଦି ବ୍ରଣକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ ତ୍ୱଚାରେ ଆଳୁ ଓ ମୁଲତାନୀ ମାଟିର ପ୍ୟାକ୍ ଲଗାନ୍ତୁ। ଏଥିପାଇଁ ପ୍ରଥମେ ଆଳୁର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ୩ ରୁ ୪ ଚାମଚ ମୁଲତାନୀ ମାଟି ମିଶାନ୍ତୁ। ଏହି ମିଶ୍ରଣକୁ ଗୋଳାଇ ୩୦ ମିନିଟ୍ ପର୍ଯ୍ୟନ୍ତ ମୁହଁ ଓ ବେକରେ ଲଗାଇ ରଖନ୍ତୁ। ସପ୍ତାହକୁ ଏହି ପ୍ୟାକ୍‌ ଦୁଇ ଥର ଲଗାଇଲେ, ବ୍ରଣ ସମସ୍ୟା ଦୂର ହେବ।

୨. ଆଳୁରୁ ଚୋପା ଛଡ଼ାଇ ଏଥିରେ କଞ୍ଚା କ୍ଷୀର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁହଁ ଓ ବେକରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହରୁ ଏପରି ତିନିଥର ଲଗାନ୍ତୁ। ଏପରି କଲେ ତ୍ୱଚା ଉଜ୍ଜ୍ଵଳ ହୁଏ ଓ କଳାଦାଗ ଦୂର ହୋଇଥାଏ।

୩. ଆଳୁ ରସରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ଭଲ ଭାବରେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ପାଣିରେ ମୁହଁକୁ ଧୋଇ ନିଅନ୍ତୁ। ଏପରି କଲେ ସ୍କିନ୍‌ ପୋଟ୍‌ ଟାଇଟ୍‌ ହୋଇଥାଏ।

୪. ଆଳୁକୁ କାଟି ପେଷ୍ଟ କରନ୍ତୁ। ଏଥିରେ ହଳଦୀ ମିଶାଇ ମୁହଁରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହକୁ ଏହିପରି ଥରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାର ରଙ୍ଗ ପରିବର୍ତ୍ତନ ହୋଇଥାଏ।


ସେୟାର କରନ୍ତୁ