ଆସନ୍ତାକାଲି ଫିଲ୍ମି ଫ୍ରାଇଡେ’ରେ ପରଦାକୁ ଆସୁଛି ୩ଟି ଜବରଦସ୍ତ ସିନେମା। ଲଭ୍, ରୋମାନ୍ସ, ଆକ୍ସନ୍, ଥ୍ରାଲର୍ ଓ ଇମେଶନ୍ରେ ଭରା ରହିବ ଏହି ଫ୍ରାଇଡେ। ଗୋଟେପଟେ ଆଦିତ୍ୟ ରାୟକପୁର ଓ ଦୀଶା ପଟାନୀ ‘ମଲଙ୍ଗ’ରେ ନିଜ ସିଜ୍ଲିଂ କେମେଷ୍ଟ୍ରିରେ ଦର୍ଶକଙ୍କୁ ଘାଇଲା କରିବାକୁ ପ୍ରସ୍ତୁତ ଥିବାବେଳେ ତାକୁ ଟକ୍କର ଦେବାକୁ ମଇଦାନ୍କୁ ଓଲ୍ହାଉଛନ୍ତି ଟେଲି ଅଭିନେତ୍ରୀ ହିନା ଖାନ୍। ଆସନ୍ତାକାଲି ହିନାଙ୍କ ଡେବ୍ୟୁ ଫିଲ୍ମ ‘ହ୍ୟାକ୍ଡ’ ରିଲିଜ୍ ହେଉଛି। ଏହାବ୍ୟତୀତ କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ଫିଲ୍ମ ‘ଶିକାରା’ ମଧ୍ୟ ଆସନ୍ତା କାଲି ପରଦାକୁ ଆସୁଛି।
