ସମଲିଙ୍ଗୀ ସମ୍ପର୍କକୁ ନେଇ ଆସୁଛି ଓଡିଆ ୱେବ୍‌ ସିରିଜ ଚୁମ୍ବକ

ସିନେମା
ସେୟାର କରନ୍ତୁ

ଓଲିଉଡରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହେବାକୁ ଯାଉଛି ୱେବ୍‌ ସିରିଜ୍‌ । ସେଥିରେ ଓଲିଉଡର ଅଭିନେତ୍ରୀ ଦିବ୍ୟା ଓ ତମନ୍ନା ବ୍ୟାସ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଏହା ସମଲିଙ୍ଗୀ ସମ୍ପର୍କକୁ ନେଇ ଏହି ୱେବ୍‌ ସିରିଜ୍‌ର କାହାଣୀ ଗତିଶୀଳ ହୋଇଛି । ୱେବ୍‌ ସିରିଜ୍‌ ଟି ର ନାଁ ହେଲା ‘ଚୁମ୍ବକ’।

ତେବେ ଏହି ୱେବ୍‌ ସିରିଜ୍‌ ପାଇଁ ଅଫର୍‌ ପାଇବା ପରେ ଦିବ୍ୟା ଡରି ଯାଇଥିଲେ। ଏଥିରେ ସେ କେମିତି ଅଭିନୟ କରିବେ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ‘ଚୁମ୍ବକ’ର ନିର୍ଦ୍ଦେଶକ ସୁଶାନ୍ତ ମଣି ତାଙ୍କୁ ପୂରା କାହାଣୀ ଓ ଏ କାହାଣୀ ପଛରେ ଥିବା ବାର୍ତ୍ତାକୁ ବୁଝାଇବା ପରେ ସେ ଏଥିରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ ।

ଦିବ୍ୟାଙ୍କ କହିବା ଅନୁଯାୟୀ, ଜଣେ କଳାକାର ସବୁବେଳେ କିଛି ନୂଆ କାହାଣୀ ନେଇ ଆସିବା କଥା । ଆଉ କାହାଣୀ ଏମିତି ହେବା କଥା ଯେଉଁଥିରେ ଲୋକମାନେ ସେମାନଙ୍କ ସମସ୍ୟାକୁ ଅନୁଭବ କରିପାରୁଥିବେ ଓ ସମାଧାନର ବାଟ ବି ପାଉଥିବେ ।

ଦିବ୍ୟା କହିଛନ୍ତି ଯେ କହିବାକୁ ଗଲେ ବିନା ମେକ୍‌ଅପ୍‌ରେ ଏହାର ଶୁଟିଂ ହୋଇଛି । ବହୁତ କମ୍‌ ମେକ୍‌ଅପ୍‌ ଦିଆଯାଉଥିଲା । ଏଥିରେ ସେ ହିରୋଇନ୍‌ ନୁହେଁ, ଜଣେ ସାଧାରଣ କଲେଜ୍‌ ପଢୁଆ ଝିଅ ଯେମିତି ଦେଖାଯା’ନ୍ତି, ସେମିତି ଦେଖାଯାଉଛନ୍ତି ।

ଦିବ୍ୟାଙ୍କ ସୂଚନା ଅନୁଯାୟୀ, ତମନ୍ନା ଓ ତାଙ୍କୁ କୌଣସି ସ୍କ୍ରିପ୍ଟ ଦିଆଯାଉ ନଥିଲା । କେବଳ ଏକ ସିଚୁଏସନ୍ ଦିଆଯାଉଥିଲା ଓ ସେ ସମୟରେ ଦୁଇ ଜଣ ଝିଅ କେମିତି କଥା ହେବେ, ତାହା କରିବାକୁ କୁହାଯାଉଥିଲା। ମୋଟାମୋଟି ଭାବେ ଦିବ୍ୟା କହିଛନ୍ତି ଯେ ଚୁମ୍ବକର ଯାତ୍ରା ଏତେ ସହଜ ନଥିଲା ।

ଏହି ସିରିଜଟିକୁ ଭାଲେନ୍‌ଟାଇନ୍ସ ଡେ’ରେ ଷ୍ଟ୍ରିମିଂ କରାଯିବ । ତରଙ୍ଗ ପ୍ଲସ୍‌ ଆପ୍‌ରେ ଏହି ୱେବ୍‌ ସିରିଜ୍‌କୁ ଆପଣମାନେ ଦେଖିପାରିବେ ।


ସେୟାର କରନ୍ତୁ