ଆଖି କ୍ଲାନ୍ତ ହେଇଯାଉଛି କି,କରନ୍ତୁ ଏହି କାମ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଆଖି ହେଉଛି ଆମର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଆଖି ବିନା ଦୁନିଆ ଅନ୍ଧାର । ସବୁକାମ ଆଖିର ଗୁରୁତ୍ବପୂର୍ଣ ଭୂମିକା ରହିଥାଏ । ହେଲେ କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟ କେଉଁ କାରଣ ହେଉ ଆମେ ଆଖିର ଯତ୍ନ ନେଇ ପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପାୟ କହିବୁ ଯାହାଦ୍ଵାରା ଆପଣ ନିଜ ଆଖିର ଯତ୍ନ ସୁବିଧାରେ ନେଇ ପାରିବେ ।

୧-ଅଧିକ ସମୟ ବସି କାମ କରୁଥିଲେ, ପ୍ରତି ୩ଘଣ୍ଟା କିମ୍ବା ୪ଘଣ୍ଟାରେ ଆଖିକୁ କିଛି ସମୟ ପାଇଁ ବନ୍ଦ କରନ୍ତୁ । କମ୍ପ୍ୟୁଟର ସାମ୍ନାରେ ବସୁଥିଲେ,ଏପରି ପୁରା ଦିନରେ ୪ ରୁ ୫ଥର କରନ୍ତୁ । ଏହା ଦ୍ୱାରା ଆଖିକୁ ଆରାମ ମିଳିବ ।

୨-ଲମ୍ବା ନିଶ୍ୱାସ ନିଅନ୍ତୁ । ଦୁଇହାତ ପାପୁଲିକୁ ଗରମ ହେବା ପର୍ଯ୍ୟନ୍ତ ଘଷନ୍ତୁ । ଗରମ ହେବାପରେ ପାପୁଲିକୁ ନେଇ ଆଖି ଉପରେ ରଖନ୍ତୁ । ଆଖିକୁ ବନ୍ଦରଖି ଏହିପରି ୨ ରୁ ୩ଥର କରନ୍ତୁ। ଏପରି କଲେ  , ଆଖିକୁ ଆରାମ ମିଳିବ ।

୩- ଆରାମ ଦାୟକ ମୁଦ୍ରାରେ ବସି ଆଖିପତାକୁ ବାରମ୍ବାର ପକାନ୍ତୁ। ଏହାପରେ ଆଖିକୁ କିଛି ସମୟ ବନ୍ଦକରି ଲମ୍ବା ନିଶ୍ୱାସ ନିଅନ୍ତୁ ।

୪-ସିଧା ହୋଇ ବସନ୍ତୁ । ଦୁଇ ଆଖିର ଡୋଳାକୁ ମଝିରେ ରଖନ୍ତୁ । ଏହାପରେ ବାମହାତର ଆଙ୍ଗୁଳିକୁ ଦେଖି ଡୋଳାକୁ ମଝିକୁ ଆଣନ୍ତୁ। ପୁଣିଥରେ ଡାହାଣ ହାତ ଆଙ୍ଗୁଳିକୁ ଦେଖି ଡୋଳାକୁ ମଝିକୁ ଆଣନ୍ତୁ। ଏହି ପ୍ରକ୍ରିୟାକୁ ବାରମ୍ବାର କରନ୍ତୁ। ଏହି ବ୍ୟାୟମ କରି ସାରିବା ପରେ ଆଖିକୁ କିଛି ସମୟ ବନ୍ଦ କରନ୍ତୁ। ଏହାକୁ ପ୍ରତିଦିନ କଲେ ,ଦେଖିବେ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ପାଇବ ।


ସେୟାର କରନ୍ତୁ