କରିନାଙ୍କ ସହ ରୋମାନ୍ସ କରିବାକୁ ଚାହାନ୍ତି ଅମୀର

ସିନେମା
ସେୟାର କରନ୍ତୁ

ସାରାଦେଶରେ ଭାଲେଣ୍ଟାଇନ୍ ଡେର ନିଶା ଘାରିଥିବା ବେଳେ ବ-ଟାଉନ୍‌ର ଅନେକ ତାରକା ନିଜ ନିଜ ପାର୍ଟନରଙ୍କ ସହ ଭ୍ୟାକେସନ୍ ମନାଇଥିଲେ । ମାତ୍ର ମିଃ ପରଫେକ୍ସନିଷ୍ଟ ଅମୀର ଖାନ୍ ଏହି ଭାଲେଣ୍ଟାଇନ୍ ଡେ’ରେ କୋଷ୍ଟାର- କରୀନା କପୁର ଖାନ୍‌ଙ୍କୁ ସୋଶିଆଲ ମିଡ଼ିଆ ଜରିଆରେ ଭାଲେଣ୍ଟାଇନ୍‌ର ଶୁଭକାମନା ଜଣାଇଥିଲେ । ଯାହାକି ଉଭୟଙ୍କ ଫ୍ୟାନ୍ ଲାଗି ଏକ ଦମ୍‌ଦାର ସରପ୍ରାଇଜ୍ ରହିଥିଲା । ସୂଚନାନୁଯାୟୀ ଅପକମିଙ୍ଗ ଫିଲ୍ମ “ଲାଲ ସିଂହ ଚଢ଼ା’ର ଏକ ଦମ୍‌ଦାର ପୋଷ୍ଟର କରିଥିଲେ ଅମିର ଖାନ୍ । କରୀନା କପୁର ଖାନ୍‌ଙ୍କ ଫାଷ୍ଠ ଲୁକ୍ ଅତି ଚମତ୍କାର ରହିଥିଲା । ଏହି ଫଟୋଟି ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା । କେବଳ ଫଟୋ ନୁହେଁ ଅମୀର ଏକ କ୍ୟାପ୍‌ସନ୍ ଲେଖିଥିଲେ “ପାଇବାର ଆବେଗତା ଏବଂ ହରାଇବାର ଦୁଃଖ” କେବଳ ଏତିକି ହିଁ ଜୀବନର ଯାତ୍ରା । ହାପି ଭାଲେଣ୍ଟାଇନ୍ ଡେ କରୀନା, ମୁଁ ଆଶା କରୁଛି ତୁମ ସହ ରୋମାନ୍ସ କରିବାକୁ ସବୁ ଫିଲ୍ମରେ ସୁଯୋଗ ମିଳୁ । ଅତୁଲ କୁଲକର୍ଣ୍ଣୀ ଓ ଅଦ୍‌ବେତ୍ ଚନ୍ଦନଙ୍କ ନିର୍ଦ୍ଦେଶିତ ଫିଲ୍ମ ଲାଲ ସିଂହ ଚଢ଼ା୧୯୯୪ମସିହାରେ ଆସିଥିବା ହଲିଉଡ଼୍ କ୍ଲାସିକ୍ ଏବଂ କମେଡି ଡ୍ରାମା “ଫରେଷ୍ଟ ଗମ୍ପ’ଦ୍ୱାରା ପ୍ରେରିତ । ଏହି ଫିଲ୍ମଟିକୁ ଦର୍ଶକ ମଧ୍ୟ ପସନ୍ଦ କରିଥିଲେ । ତେବେ “ଅପକମିଙ୍ଗ ଫିଲ୍ମ “ଲାଲ ସିଂହ ଚଢ଼ା ୨୦୨୦ କ୍ରିସମାସରେ ରିଲିଜ୍ ହେବ ।


ସେୟାର କରନ୍ତୁ