ରଜ ପାଇଁ ସଜେଇ ହେଲାଣି ବାବୁସାନଙ୍କ ବିଦ୍ଯାରାଣ, ପଢ଼ନ୍ତୁ ଏହାର ବିଶେଷତ୍ଵ

ସିନେମା
ସେୟାର କରନ୍ତୁ

ଏଥର ରଜରେ ରାଜ କରିବ ଫିଲ୍ମ ‘ବିଦ୍ୟାରାଣ’। ଏହି ଫିଲ୍ମରେ ନାୟକ ଭୂମିକାରେ ବାବୁସାନଙ୍କୁ ଦେଖିବେ ଦର୍ଶକ। ଏଥିର ନାୟିକା ସାଜିବେ ଚୁଲବୁଲି ଶିବାନୀ। ବାବୁସାନଙ୍କ ସବୁ ଫିଲ୍ମରେ ଦର୍ଶକ ଲଭ୍‌ ରୋମାନ୍ସ ଦେଖିଥିଲା ବେଳେ ଏହି ଫିଲ୍ମରେ କିନ୍ତୁ ତାଙ୍କର ନିଆରା ଭୂମିକା ଦେଖିବାକୁ ମିଳିବ। ଶୁକ୍ରବାର ସନ୍ଧ୍ୟାରେ ରିଲିଜ ହୋଇଥିବା ପୋଷ୍ଟରରେ ବାବୁସାନଙ୍କୁ ଆକ୍ସନ ମୁଡ୍‌ରେ ଦେଖିବାକୁ ମିଳିଛି।

ଏହି ନୂଆ ସିନେମାର ପ୍ରଯୋଜନା ଭାର ନିରଞ୍ଜନ ନାୟକ ଓ ପ୍ରଦୀପ୍ତ ପ୍ରକାଶ ଆଚର୍ଯ୍ୟ ସମ୍ଭାଳିବେ। ସେହିପରି ଫିଲ୍ମର ସଂଳାପ ବାପୁ ଗୋସ୍ୱାମୀ ଓ ସଙ୍ଗୀତ ନିର୍ଦ୍ଦେଶନାରେ ବୈଦ୍ୟନାଥ ଦାଶ ରହିଛନ୍ତି। ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ଜ୍ୟୋତି ଦାସ।

ସିଷ୍ଟର ଶ୍ରୀଦେବୀ ପରେ ବାବୁସାନ ଓ ଶିବାନୀଙ୍କ ଅଭିନୀତ ଏହା ଦ୍ୱିତୀୟ ଫିଲ୍ମ। ପୂର୍ବରୁ ଏହି ଯୋଡ଼ିଙ୍କୁ ଦର୍ଶକ ପସନ୍ଦ କରିଥିଲେ। ଏଥର ତା’ଠାରୁ ଅଧିକ ଦର୍ଶକଙ୍କ ଭଲ ପାଇବା ମିଳିବ ବୋଲି ଆଶା କରାଯାଉଛି।


ସେୟାର କରନ୍ତୁ