ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ନୀତିନ,ଏତିକି ଦିନ ଥିଲେ ରିଲେସନସିପରେ

ସିନେମା
ସେୟାର କରନ୍ତୁ

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ନୀତିନ। ନିକଟରେ ସେ ତାଙ୍କ ଲଙ୍ଗ ଟାଇମ୍‌ ଗାର୍ଲଫ୍ରେଣ୍ଡ ଶାଲିନୀ ରେଡ୍ଡିଙ୍କ ସହ ନିର୍ବନ୍ଧ କରିଛନ୍ତି। ଦୀର୍ଘ ୮ ବର୍ଷ ରିଲେସନସିପରେ ରହିବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଶାଲିନୀ ୟୁକେ ୟୁନିଭର୍ସିଟିରେ ବିଜନେସ୍‌ ମ୍ୟାନେଜମେଣ୍ଟ ପଢ଼ୁଛନ୍ତି। ଉଭୟଙ୍କ ନିର୍ବନ୍ଧ ହାଇଦ୍ରାବାଦରେ ହୋଇଛି। ନିର୍ବନ୍ଧ ଫଟୋ ନୀତିନ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

୨୦୦୨ମସିହାରେ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ନିତୀନ। ଏଯାଏଁ ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିସାରିଲେଣି। ନିତୀନ ନିଜ ବିବାହ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିବାହରେ ୫୦-୬୦ ଗେଷ୍ଟ ସାମିଲ ହେବେ। ରିପୋର୍ଟ ଅନୁସାରେ ଉଭୟଙ୍କ ପ୍ରି ୱେଡିଂ ଫଙ୍କସନ୍‌ ଏପ୍ରିଲ ମାସ ୧୫ ତାରିଖରେ ହେବ। ପୁରା ରୀତି ନୀତି ସହ ଏପ୍ରିଲ ମାସ ୧୬ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବେ। ବିବାହ ପରେ ହାଇଦ୍ରାବାଦରେ ଉଭୟଙ୍କ ରିସେପ୍‌ସନ ପାର୍ଟିର ଆୟୋଜନ ହେବ ଯେଉଁଥିରେ ସାଉଥ୍‌ ଫିଲ୍ମ ଷ୍ଟାର ସାମିଲ ହେବେ।


ସେୟାର କରନ୍ତୁ