ଲଞ୍ଚ ହେଲା ହୋଣ୍ଡା ଫୋର୍ଜୀ 300,ସ୍ଟାଇଲିସ ଲୁକ ସାଙ୍ଗକୁ ରହିଛି ଦମଦାର ଫିଚର

Truthink
ସେୟାର କରନ୍ତୁ

ହୋଣ୍ଡା ଫୋର୍ଜା ୩୦୦ କୁ କମ୍ପାନୀ ପ୍ରଥମେ ଗୁରୁଗ୍ରାମରେ ପ୍ରସ୍ତୁତ କରିଥିଲା | ହୋଣ୍ଡା ଏହି ବିଷୟରେ କୌଣସି ଖୁଲାସା କରିନାହିଁ, ହୋଣ୍ଡା ଫୋର୍ଜା ୩୦୦ ଭାରତ ରେ ସିବିୟୁ ( କଂପଲିଟଲି ବିଲଟ ୟୁନିଟ ) ରେ ପ୍ରସ୍ତୁତ କରି ଆଣିବ ଅବା ସିକେଡି ( କଂପଲିଟଲି ନାକ ଡାଉନ) ମଧ୍ୟମରେ ଆଣିବ |

ଗାଡିର ଫିଚର
ଜାପାନୀ ଦୁଇଚକିଆ ଗାଡି ନିର୍ମାତା କମ୍ପାନୀ ହୋଣ୍ଡା ଆଜି ଭାରତୀୟ ବଜାର ରେ ନିଜର ପ୍ରିମୀୟମ ସ୍କୁଟର ଫୋର୍ଜା ୩୦୦ କୁ ଅଫିସିଆଲ ଭାବେ ବିକ୍ରୀ ପାଇଁ ଲଞ୍ଚ କରିଛି | ଏହି ଲଞ୍ଚର ସବୁଠୁ ଖାସ କଥା ହେଉଛି, ଏହି ସ୍କୁଟର ଲଞ୍ଚ ହେଉହେଉ ଏହାର ଚାରିଟି ୟୁନିଟ ବିକ୍ରୀ ହୋଇଯାଇଛି | କମ୍ପାନୀର କହିବା କଥା ଯେ ଏହାର ଲଞ୍ଚ ପୂର୍ବରୁ ଏହାର ଚାରିଟି ୟୁନିଟ ବୁକିଙ୍ଗ ହୋଇଛି |
ଅଟୋକାର ପ୍ରଫେସନାଲ ର ରିପୋର୍ଟ ଅନୁସାରେ, ଏହି ପ୍ରିମୀୟମସ୍କୁଟରକୁ କମ୍ପାନୀ ଏହାପୂର୍ବରୁ ଗୁରୁଗ୍ରାମ ରେ ବିଗ ୱକେଣ୍ଡ ଡିଲରସିପ ରେ ପଦର୍ଶିତ କରିଥିଲା | ଏହି ବାହାନ ସବୁ ଗାଡିଠାରୁ ଭିନ୍ନ ଆଉ ଖାସ, ଦମଦାର ଇଞ୍ଜିନ କ୍ଷମତା ବିଶିଷ୍ଠ ଏହି ଗାଡି ଦୁର୍ଗମ ଅଂଚଳ ରାସ୍ତା ଉପରେ ବି ଭଲ ଡ୍ରାଇଭିଂ ଅନୁଭୂତି ଦେବ | ଏହି କମ୍ପାନୀ ହେବି ଚଉଡା ଭାଇଜର ଓ ଆକର୍ଷଣ ଫ୍ରେମ ପ୍ରୟୋଗ କରିଛି କମ୍ପାନୀ | ଯାହା କମ୍ପାନୀ ନିଜ ସେଗମେଣ୍ଟ ରେ ସବୁଠୁ ଭଲ ଅଛି |

ହୋଣ୍ଡା ଫୋର୍ଜା ୩୦୦ରେ କମ୍ପାନୀ ୨୬୯ ସିସି କ୍ଷମତା ଲିକ୍ୟୁଡ କୁଲଡ଼ ଏସଓଏଚସି ଇଞ୍ଜିନ ପ୍ରୟୋଗ କରାଯାଇଛି | ଯାହା ୨୫ ପିଏସ୍ ର ପାୱାର ଓ ୨୭.୨ ଏନଏମ ର ଟାର୍କ ଜେନେରେଟ କରେ | ପାୱାର ମାମଲାରେ ଏହି ସ୍କୁଟର ରୟାଲ ଏନଫିଲଡ଼ କ୍ଲାସିକ ୩୫୦ ଠାରୁ ବହୁତ ଅଧିକ | କ୍ଲାସିକ ୩୫୦ ର ଇଞ୍ଜିନ ବମୁସ୍କିଲ ୧୯.୮ ଏଚପି ର ପାୱାର ଓ ୨୮ ଏନଏମ ର ଟାର୍କ ଜେନେରେଟ କରେ | ଏହି ସ୍କୁଟର ରେ ଟାର୍କ କଣ୍ଟ୍ରୋଲ ସିଷ୍ଟମ କୁ ପ୍ରୟୋଗ କରିଛି ଯାହା ଆଗ ଓ ପଛ ଚକ ମଧ୍ୟରେ ଟ୍ରାକ୍ସନ ର କଣ୍ଟ୍ରୋଲ କରେ |


ସେୟାର କରନ୍ତୁ