ଜିଓ ଲଞ୍ଚ କଲା ଏହି ଦମଦାର ଅଫର

Truthink
ସେୟାର କରନ୍ତୁ

ଜିଓ ଗ୍ରାହକଙ୍କ ପାଇଁ ଖୁସୀ ଖବର । ଜିଓ ଏବେ ତାର ୬୯ ଟଙ୍କିଆ ଶସ୍ତା ପ୍ଲାନ ଲଞ୍ଚ କରିଛି । ଯେଉଁଥିରେ ୭ ଜିବି ଡାଟା ଏବଂ ମାଗଣା କଲିଂ ସମେତ ସବୁକିଛି ଦିଆଯାଇଛି । ଏହି ପ୍ଲାନ୍ ର ଖାସ୍ କଥା ହେଉଛି ଏଥିରେ ଆପଣଙ୍କୁ କମ୍ ଦାମ୍ ରେ ଡାଟା ଏବଂ ଅନ୍ୟ ନେଟୱାର୍କକୁ କଲିଂ ପାଇଁ ମାଗଣା ମିନିଟ୍ସ ଦିଆଯାଇଛି । ଏହାସହିତ ଏହି ପ୍ଲାନ୍ ରେ ଆପଣ ଜିଓ ଆପ୍ସକୁ ମାଗଣା ସବସ୍କ୍ରିପ୍ସନ କରିପାରିବେ ।

୬୯ ଟଙ୍କିଆ ପ୍ଲାନ୍ ରେ ୧୪ ଦିନିଆ ବୈଧତ ସମେତ ୭ ଜିବି ଡାଟା ଅଫର ରହିଛି । ୪୯ ଟଙ୍କିଆ ପ୍ଲାନ ଭଳି ଏଥିରେ ବି ଜିଓ ରୁ ଜିଓ କୁ ଅସୀମିତ କଲିଂ ସେବା ଦିଆଯାଇଛି । ସେହିପରି ଅନ୍ୟ ନେଟୱାର୍କ ସହ କଥା ହେବା ପାଇଁ ୨୫୦ ମିନିଟ୍ସ ରହିଛି । ଏହାସହିତ ୨୫ ମାଗଣା ଏସଏମଏସ ରହିଛି ।
ଏହାବ୍ୟତିତ କମ୍ପାନୀ ପୁର୍ନବାର ୪୯ ଟଙ୍କିଆ ପ୍ଲାନ୍ ଜାରି କରିଛି । ଏଥିରେ ୨୮ ଦିନ ବ୍ୟତିତ ୧୪ ଦିନର ବୈଧତା ରହିଛି । ଏହାସହିତ ଜିଓ ନେଟୱାର୍କ ପାଇଁ ଅସୀମିତ କଲିଂ ଏବଂ ଅନ୍ୟ ନେଟୱାର୍କକୁ କଲିଂ ପାଇଁ ୨୫୦ ମିନିଟ୍ସ ଦିଆଯାଇଛି । ସେହିପରି ଏଥିରେ ୨ଜିବିର ୪ଜି ଡାଟା ପ୍ଲାନ ବି ଉପଲବ୍ଧ ।


ସେୟାର କରନ୍ତୁ