ଶନିବାର ରାଶିଫଳ

Truthink
ସେୟାର କରନ୍ତୁ

ମେଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ଚିନ୍ତାଧାରା ଉନ୍ନତମାନର ତଥା ସତ୍ୟ ଉପରେ ପର୍ଯ୍ୟବସିତ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି। ବିଦ୍ୟାର୍ଥୀମାନଙ୍କୁ ଶୁଭଫଳ ମିଳିବା ଆଶା କରାଯାଏ।

ବୃଷ: ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଭାଗ୍ୟବାନ୍‍ ହେବେ। ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିଦ୍ୟାର୍ଥୀ କ୍ଷେତ୍ର ଓ ପ୍ରତିଯୋଗିତାରେ ବିଜୟୀ ହେବେ।

ମିଥୁନ: କାର୍ଯ୍ୟରେ ଦ୍ୱିଧାଗ୍ରସ୍ତ ହୋଇପାରନ୍ତି। ଶୁଭ ସମ୍ବାଦ ଶୁଣି ସବୁ ଦୁଃଖ ପାସୋରି ଯାଇପାରନ୍ତି। ସର୍ବାଙ୍ଗୀଣ ଉନ୍ନତିର ସୂଚନା ମିଳୁଛି। ସ୍ନେହ, ସହାନୁଭୂତି ଓ ସାହାଯ୍ୟ ମିଳିବ। ବିଦ୍ୟାର୍ଥୀଙ୍କ ଉଦ୍ୟମ ଫଳପ୍ରଦ ହେବ।

କର୍କଟ: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖ ମିିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଦାମ୍ପତ୍ୟ ସୁଖ ମିଳିବ। ବିଦ୍ୟାର୍ଥୀ ଉଦ୍ୟମୀ ହେବେ।

ସିଂହ: ଯାତ୍ରା ସ୍ଥଗିତ ରଖିପାରନ୍ତି। ଚଞ୍ଚଳମନା ହେବେ। ମଧୁର ବଚନରେ ଜନମନ ହରଣ କରିବେ। ବ୍ୟବସାୟ ଲାଭଜନକ ହେବ। ବିବାଦରେ ବିଜୟୀ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ବିଦ୍ୟାର୍ଥୀମାନଙ୍କ ପ୍ରସ୍ତୁତି ଫଳପ୍ରଦ ହେବ।

କନ୍ୟା: ରୋଜଗାର ବୃଦ୍ଧି ପାଇବ। ଉପୁଜି ଥିବା ସମସ୍ୟା ମୂଳପୋଛ ହୋଇପାରେ। ଉନ୍ନତିକର କାର୍ଯ୍ୟରେ ଆଗକୁ ବଢ଼ି ପାରନ୍ତି। ସରକାରୀ ସ୍ତରରୁ ଲାଭବାନ୍‍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବିଦ୍ୟାର୍ଥୀ ବିଶେଷ ଉପକୃତ ହେବେ।


ସେୟାର କରନ୍ତୁ