ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସ କବଳରୁ ରକ୍ଷା ପାଇବା ପାଇଁ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବା ସହ ଲୋକମାନଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଉଛନ୍ତି । ଚାରିଆଡେ ଏହାର ପ୍ରଭାବ ପଡିଥିବା ବେଳେ ଏଥିରୁ ବର୍ତ୍ତିପାରିନି ବଲିଉଡ ଜଗତ । କରୋନା ହେତୁ ଅନେକ ଫିଲ୍ମ ସୁଟିଂକୁ ମଧ୍ୟ ବନ୍ଦ କରିଦିଆଯାଇଛି। ସଲମାନ ଖାନ୍ ଙ୍କ ଫିଲ୍ମ ‘ରାଧେ’ ପରେ ଅକ୍ଷୟ କୁମାରଙ୍କ ପୃଥ୍ଵୀରାଜ ଏବଂ କରଣ ଜୋହରଙ୍କ ଫିଲ୍ମ ‘ତକ୍ତ’ ର ମଧ୍ୟ ସୁଟିଂ ବନ୍ଦ କରିଦିଆଯାଇଛି ବୋଲି ସୂଚନା ମିଳିଛି ।
