ଡୋନାଲ୍ଡ ଟ୍ରମ୍ପ କଲେ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ପ୍ରଶଂସା,ଫିଲ୍ମକୁ କହିଲେ ‘ଗ୍ରେଟ’

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : 21 ଫେବୃୟାରୀରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନା ଏବଂ ଜିତେନ୍ଦ୍ର କୁମାରଙ୍କ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’କୁ ବକ୍ସ ଅଫିସରେ ଖୁବ ଭଲ ରେସ୍ପରନ୍ସ ମିଳୁଅଛି । ତେବେ ଏହି ଫିଲ୍ମକୁ ଅନ୍ତରରାଷ୍ଟ୍ରୀୟ ସ୍ତରରେ ପରିଚୟ ମିଳିଯାଇଛି,କାହିଁକିନା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଫିଲ୍ମ ପ୍ରତି ଖୁବ ପ୍ରଭାବିତ ହୋଇଛନ୍ତି ।


ଜଣେ ସମାଜସେବୀ ପୀଟର ଟ୍ୱେଚେଲ ନିଜର ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ ଉପରେ ଲେଖିଥିବା ଟୁଇଟ ଉପରେ ଟ୍ରମ୍ପ କମେଣ୍ଟ କରିଛନ୍ତି । ‘ଗ୍ରେଟ’ ।

ପୀଟର ଲେଖିଛନ୍ତି,’ବଲିଓଡ଼ର ଏକ ରୋମାଣ୍ଟିକ କମେଡି ଫିଲ୍ମ ରିଲିଜ ହୋଇଅଛି । ଭାରତରେ ସମଲିଂଗିତାକୁ ବୈଧ କରିବା ପରେ ଏବେ ଏହି ଫିଲ୍ମ ଭରସାରେ ଦେଶର ବୟସ୍କ ଲୋକମାନଙ୍କୁ ସମଲିଙ୍ଗିକତା ପ୍ରତି ଜାଗରୁକ ଏବଂ ଜିତିବାର ପ୍ରୟାସ କରାଯାଉଛି ।

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଫେବୃଆରୀ 24ରେ ଆସିବେ ଟ୍ରମ୍ପ । ଗୁଜୁରାଟ ମୋଟେରା ଷ୍ଟାଡିୟମରେ ଏକ ବିରାଟ ଜନସଭାକୁ ସମ୍ବୋଧନ କରିବେ ଟ୍ରମ୍ପ । ତେବେ ଭାରତ ଗସ୍ତ ପୂର୍ବରୁ ଭାରତୀୟ ସିନେମା ପ୍ରଂଶାସ କରିଛନ୍ତି ଆମେରିକା ରାଷ୍ଟ୍ରପତି ।


ସେୟାର କରନ୍ତୁ