ଖୁବଶୀଘ୍ର ପରଦାକୁ ଆସିବ “ଦ ବର୍ଣ୍ଣିଂ ଟ୍ରେନ”ରେମେକ

ସିନେମା
ସେୟାର କରନ୍ତୁ

୮୦ଦଶକରେ ରିଲିଜ୍‌ ହୋଇଥିବା ସୂପରହିଟ ଫିଲ୍ମ ‘ଦ ବର୍ଣ୍ଣିଂ ଟ୍ରେନ୍‌’ର ରିମେକ୍‌ ଦେଖିବାକୁ ପାଇପାରିବେ। ରବି ଚୋପ୍ରାଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ବିନୋଦ ଖନ୍ନା, ଧର୍ମେନ୍ଦ୍ର, ହେମାମାଲିନୀ, ଜିତେନ୍ଦ୍ର ଓ ନୀତୁ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ଏହି ଫିଲ୍ମଟି ସୁପରହିଟ୍‌ ହୋଇଥିଲା। ଏବେ ଏହାର ରିମେକ୍‌ ତିଆରି ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି।

ଏହି ରିମେକ୍‌ ସିନେମାର ପ୍ରଯୋଜନା ପାଇଁ ଜ୍ୟାକି ଭଗନାନି ଓ ଜୁନୋ ଚୋପ୍ରା ହାତ ମିଳାଇଛନ୍ତି। ମିଡିଆ ରିପୋର୍ଟ ମୁତାବକ ଜ୍ୟାକି କହିଛନ୍ତି ଯେ ଏହା ବଲିଉଡ୍‌ କ୍ଲାସିକ୍‌ ସିନେମା ଅଟେ। ସେ ଏବଂ ତାଙ୍କ ବନ୍ଧୁ ଜୁନୋ ୪୦ ବର୍ଷ ପୂର୍ବେ ରବି ଚୋପ୍ରାଙ୍କ ଦ୍ବାରା ନିର୍ମିତ ହୋଇଥିବା ଏହି ଯାଦୁଗରି ସିନେମାର ରିମେକ୍‌ କରିବାକୁ ଯାଉଥିବାରୁ ବହୁତ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମକୁ ସେହି ମ୍ୟାଜିକାଲ ଅନ୍ଦାଜରେ ଦର୍ଶକଙ୍କ ସାମ୍ନାରେ ଆଣିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି ଜ୍ୟାକି କହିଛନ୍ତି।

ଫିଲ୍ମର କାହାଣୀ ସୁପର ଏକ୍ସପ୍ରେସ୍‌ ନାମକ ଏକ ଟ୍ରେନ୍‌ର ଅଟେ, ଯାହା ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରୁଛି। ଯାତ୍ରା ସମୟରେ ଟ୍ରେନ୍‌ରେ ନିଆଁ ଲାଗି ଯାଉଛି। ଏହା ପରେ ଆରମ୍ଭ ହେବ ଏହି ଟ୍ରେନ୍‌ ଓ ଟ୍ରେନ୍‌ ଯାତ୍ରୀଙ୍କୁ ବଞ୍ଚାଇବାର ଏକ ଉପାୟ। ଫିଲ୍ମର ଶୁଟିଂ ଚଳିତ ବର୍ଷ ଜୁଲାଇ ମାସ ପରେ ଆରମ୍ଭ ହୋଇଯିବ। ଏହା ମଧ୍ୟ ଏକ ମଲ୍ଟି ଷ୍ଟାରର ସିନେମା ଅଟେ। ଫିଲ୍ମର କାଷ୍ଟ ଖୁବ୍‌ଶୀଘ୍ର ଫାଇନାଲ କରାଯିବ। ନୂଆ ପ୍ଲଟ୍‌ ମଧ୍ୟ ଟ୍ରେନ୍‌ରେ ହେବ ଓ କାହାଣୀର ଟ୍ବିଷ୍ଟ ମଧ୍ୟ ସେ ବଦଳାଇବେ ବୋଲି ଜ୍ୟାକି କହିଛନ୍ତି।


ସେୟାର କରନ୍ତୁ