କନିକା କପୁରଙ୍କ ସମ୍ପର୍କରେ ଆସିଥିଲେ 162 ଲୋକ, 63 ଲୋକଙ୍କ Covid 19 ଟେଷ୍ଟ ନିଗେଟିଭ ଏବଂ ….

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ : ବଲିଓଡ଼ ସିଙ୍ଗର କନିକା କପୁର କୋରୋନା ଭାଇରସର ଶିକାର ହୋଇଛନ୍ତି । କନିକା କପୁରଙ୍କୁ ଲଖନଉର ଏକ ହସ୍ପିଟାଲରେ ରଖାଯାଇଅଛି । କହିବାକି କନିକା କପୁର ଲଣ୍ଡନରୁ ଫେରିଥିଲେ, କିନ୍ତୁ ସେ Covid 19ର କୌଣସି ଟେଷ୍ଟ କରାଇ ନଥିଲେ, ଏହି ସମୟରେ ସେ ପାର୍ଟି ମଧ୍ୟ କରିଥିଲେ । ତେବେ ସିଙ୍ଗର ନିଜର Covid ଟେଷ୍ଟ ପଜିଟିଭ ଜାନକାରୀ ନିଜେ ଦେଇଥିଲେ । କନିକା କପୁରଙ୍କୁ ଜାନକାରୀ ଛୁପାଉଥିବାର ନେଇକରି ଲୋକେ ତାଙ୍କୁ ଲଗାତାର ଟ୍ରୋଲ୍ ମଧ୍ୟ କରୁଛନ୍ତି । ତେବେ, ପିଂକବିଲାର ରିପୋର୍ଟ ମୁତାବକ ସ୍ଵାସ୍ତ୍ୟ ଅଧିକାରୀମାନେ ବତାଇଲେକି କନିକା କପୁରଙ୍କ ସମ୍ପର୍କରେ 162 ଲୋକ ଆସିଥିଲେ ।

ରିପୋର୍ଟ ମୁତାବକ 120ରୁ 130 ଲୋକଙ୍କର ଚିହ୍ନଟ ହୋଇଅଛି ଏବଂ ତାଙ୍କର ସାମ୍ପଲ ମଧ୍ୟ ନିଆଯାଇଅଛି । କନିକା କପୁରଙ୍କ ପାର୍ଟିକୁ ଆସିଥିବା 162 ଲୋକଙ୍କ ମଧ୍ୟରୁ 35 ଲୋକ କାନପୁରର ମଧ୍ୟ ଥିଲେ । ତେବେ, ସ୍ଵାସ୍ତ୍ୟ ଅଧିକାରୀ ଏହି ସବୁ ଲୋକମାନଙ୍କର ଚିହ୍ନଟ କରିବାରେ ଜୁଟି ଯାଇଛନ୍ତି । ଏପର୍ଯ୍ୟନ୍ତ ପାଖାପୁଖି 63 ଲୋକଙ୍କର ସାମ୍ପୁଲର ପରୀକ୍ଷଣ ହୋଇଯାଇଛି, ଯାହା ସବୁ ନେଗେଟିଭ ଆସିଅଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛିକି କନିକାଙ୍କୁ ସେହି ହୋଟେଲରେ ରଖାଯାଇଥିଲା,ଯେଉଁଥିରେ ଭାରତୀୟ କ୍ରିକେଟ ଟିମ ସାଥିରେ ୱାଣ୍ଡେ ସିରିଜ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକାର କ୍ରିକେଟ ଟିମ ସେଠାରେ ରହିଥିଲା । ତେବେ BCCI ଏବେ ଏହି ଖବରର କିଛି ପୁଷ୍ଟି କରିନାହିଁ ।

ତେବେ କହିବାକି,ସିଙ୍ଗର କନିକା କପୁରଙ୍କ ଉପରେ କୋରୋନା ଭାଇରସକୁ ନେଇକରି ଖାମଖିଆଲ ପାଇଁ ୟୁପିରେ ତିନି ଏଫଆଇଆର ଦର୍ଜ କରାଯାଇଅଛି । କହିବାକି ସିଙ୍ଗର କନିକା କପୁରଙ୍କ ଜନ୍ମ ଭାରତରେ ହୋଇଥିଲା, କିନ୍ତୁ ଏବେ ସେ ଇଂଲଣ୍ଡର ନିବାସୀ ଅଟନ୍ତି । 1997ରେ କନିକା ଯେବେ 18 ବର୍ଷର ଥିଲେ,ତେବେ ଏନଆରଆଇ ବିଜନେସ ମ୍ୟାନ ରାଜ ଚଂଡୋକଙ୍କ ସହିତ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ତିନୋଟି ପିଲା ମଧ୍ୟ ହୋଇଥିଲା, କିନ୍ତୁ 2012ରେ ତାଙ୍କର ଛାଡ଼ପତ୍ର ହୋଇଥିଲା ।


ସେୟାର କରନ୍ତୁ