COVID-19କୁ ନେଇକରି ଓଡ଼ିଶାରେ ଆରମ୍ଭ ହେବ 1000 ବେଡ଼ ଵାଲା ହସ୍ପିଟାଲ, ନବୀନ ପଟ୍ଟନାୟକ ସରକାର କଲେ ଫୈସଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଦେଶରେ କୋରୋନା ଭାଇରସର ସଙ୍କଟ ଭିତରେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ବଡ଼ ଘୋଷଣା କରିଛନ୍ତି । ଓଡିଶା ଦେଶରେ COVID-19ର ସବୁଠାରୁ ବଡ଼ ହସ୍ପିଟାଲ କରିବାକୁ ଯାଉଅଛି । ଏହି ହସ୍ପିଟାଲ 1000 ବେଡ଼ ଵାଲା ହେବ ଏବଂ ଏହା ଗୋଟିଏ ପଖ ମଧ୍ୟରେ ଆରମ୍ଭ ହୋଇଯିବ ।

ଓଡିଶା ଦେଶରେ ପ୍ରଥମ ରାଜ୍ୟ ହେବ ଯାହାକି ବିଶେଷ ରୂପରେ COVID-19ର ରୋଗୀଙ୍କ ଚିକିତ୍ସା ପାଇଁ ଏତେ ବଡ଼ ହସ୍ପିଟାଲ ସ୍ଥାପିତ କରିବ । ଓଡିଶା ସରକାର, କର୍ପୋରେଟର୍ସ ଏବଂ ମେଡିକାଲ କଲେଜ ମଧ୍ୟରେ ଏକ 1000 ବେଡ଼ର ଏକ COVID-19 ହସ୍ପିଟାଲ ସ୍ଥାପନା କରିବା ପାଇଁ ଏକ ତ୍ରିପାକ୍ଷୀୟ ସମଝୋତାରେ ହସ୍ତାକ୍ଷର କରାଯାଇଛି ।

ଓଡ଼ିଶାରେ ଏପର୍ଯ୍ୟନ୍ତ କୋରୋନା ଭାଇରସ ପଯ୍ଏଟିଭ ମାମଲା ସାମ୍ନାକୁ ଦୁଇଟି ଆସିଅଛି । ଏହି ରାଜ୍ୟରେ କୋରୋନା ପାଇଁ କୌଣସି ମୃତ୍ୟୁ ଘଟିନାହିଁ ।

ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘କୋରୋନା ଭାଇରସ ମାନବ ଜାତି ପାଇଁ ଏକ ଚୁନତି ଅଟେ । ଏହା ସବୁ ସୀମାକୁ ପର କରିଥାଏ । ଯେମିତିକି ଦେଶ ଏହି ଅଦୃଶ୍ୟ ଦୁସମନ ସାଥିରେ ଲଢୁ ଅଛି ଏବଂ ଏହା ସାଥିରେ ଲଢ଼ିବା ପାଇଁ 21 ଦିନର ଲକ୍ଡ଼ାଉନ ଘୋଷଣା କରାଯାଇଅଛି । ଏମିତିରେ କିଛି ଲୋକ ଘର ଠାରୁ ଫସି ରହିଥାଇ ପାରନ୍ତି,ଏମାନେ ଛାତ୍ର, ମଜଦୁର ହୋଇଥାଇ ପାରନ୍ତି ।’

ଆଜି ଲୋକସେବା ଭବନରେ ଭବନରେ ଦୁଇଟି ଚୁକ୍ତନାମା ସ୍ବାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭିନିଲ୍ କ୍ରିଷ୍ଣା ଓ କିମ୍ସ ହସ୍ପିଟାଲ ମଧ୍ୟରେ ଗୋଟିଏ ଏମଓୟୁରେ ସ୍ବାକ୍ଷର କରିଥିବା ବେଳେ ଅନ୍ୟଟି ସ୍ବାସ୍ଥ୍ୟ ସଚିବ ଓ ମହାନଦୀ କୋଲ୍ଡଫିଲ୍ଡସର ପରିଚାଳନା ନିର୍ଦ୍ଦେଶକ ଏସ୍.ଏସ୍.ପଣ୍ଡା ଏବଂ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭିତରେ ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ସୋୟା ବିଶ୍ବବିଦ୍ୟାଳୟ କୁଳପତି ଡ.ଅଶୋକ ମହାପାତ୍ର ଓ କିମ୍ସ ପକ୍ଷରୁ ଏହାର ସିଇଓ ଡ. ବିଷ୍ଣୁ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହି ଦୁଇ ପ୍ରକଳ୍ପକୁ ଓଡ଼ିଶା ଖଣି ନିଗମର ଓ ମହାନଦୀ କୋଲ୍ଡଫିଲ୍ଡସ ଆର୍ଥିକ ସହାୟତା ଯୋଗାଇବ ।

ଚିକିତ୍ସା ଭିତ୍ତଭୂମି ଯୋଗାଇ ଦେବା ଲାଗି ରାଜ୍ୟ ସରକାର ସମ୍‌ ହସ୍‌ପିଟାଲ ଓ କିମ୍‌ସ ହସ୍‌ପିଟାଲ ସହ ଚୁକ୍ତି ସ୍ବାକ୍ଷର କରିଥିବା ବେଳେ ଦୁଇ ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମ ଓ ମହାନଦୀ କୋଲ୍ଡଫିଲ୍ଡସ୍ ଏଥିଲାଗି ସେମାନଙ୍କର ସିଏସଆର୍ ପାଣ୍ଠିରୁ ଅର୍ଥ ଯୋଗାଇ ଦେବେ । କିମ୍‌ସରେ କରୋନା ପାଇଁ 450 ବେଡ୍‌ର ବ୍ୟବସ୍ଥା ହେବ । କିମ୍‌ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ସେହିପରି ସମ୍‌ ହସ୍ପିଟାଲରେ କରୋନା ପାଇଁ ସ୍ୱତନ୍ତ୍ର ଭାବେ 500 ବେଡ୍‌ର ବ୍ୟବସ୍ଥା ହେବା ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର କୁଳପତି ଡା.ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।


ସେୟାର କରନ୍ତୁ