ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଜଣେ କରୋନା ସଂକ୍ରମଣ ରୋଗୀଙ୍କର ଜୀବନ ଯାଇଅଛି । ଏହା ହେଉଛି ରାଜ୍ୟରେ ପ୍ରଥମ । ଗତକାଲି ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି ବୋଲି ଏନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ତାଙ୍କର ବୟସ 72 ବର୍ଷ । ସେ ଏମ୍ସରେ ଚିକିତ୍ସା ହେଉଥିଲେ । ଉକ୍ତ କରୋନା ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି । ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ଥିବା ହେତୁ ଗତ ଏପ୍ରିଲ 4 ତାରିଖରେ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ହିଁ ରଖାଯାଇଥିଲା ।

ତାଙ୍କର ଚିକିତ୍ସାଧିନ ଥିବା ଅବସ୍ଥାରେ କରୋନା ପଜିଟିଭ୍ ବୋଲି ଜଣାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେ ନେଇ ପ୍ରଶାସନ ତରଫରୁ ଅନୁସନ୍ଧାନ ଚାଲିଅଛି । ଗୋଟିଏ ପଟେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲୁଥିବା ସମୟରେ ଅନ୍ୟ ପଟରେ ଏହି ସଂକ୍ରମଣ ପାଇଁ ମୃତ୍ୟୁର ଖବର ଆସିଅଛି ।


ସେୟାର କରନ୍ତୁ