ଜାରି ହେଲା 50 ତମ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ପ୍ରତେକ କରୋନା ରୋଗୀ ଚିହ୍ନଟ ହେଲା ପରେ ସେ କୁଆଡେ ଯାଇଥିଲେ, କାହା ସହ ମିଶିଥିଲେ ଏମିତି ଏକ ଯାତ୍ରା ଇତିହାସ ଖୋଜାଯାଇଥାଏ । ବର୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 54 । ଏଥି ମଧ୍ୟରୁ ଏବେ ରାଜ୍ୟର 50ତମ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଜଣା ପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏ ନେଇ ଟୁଇଟ ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଛି ।

ଭୁବନେଶ୍ୱରର ୟୁନିଟ-4 ଅଞ୍ଚଳର 22 ବର୍ଷିୟ ଯୁବକ 41 ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ବାହାର ରାଜ୍ୟକୁ ଯାଇ ନ ଥିଲେ । ମଧୁସୂଦନ ନଗରସ୍ଥ ନିଜ ଘରେ ଥିଲେ । ମାର୍ଚ୍ଚ 18ରୁ 20 ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳର ବଡ଼ହନ୍ତୁଡାସ୍ଥିତ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସେ ମାର୍ଚ୍ଚ 20ରୁ ଏପ୍ରିଲ 10 ମଧ୍ୟରେ ବିଭିନ୍ନ ସମୟରେ ୟୁନିଟ-3, ଷ୍ଟେସନ ଛକ, ସତ୍ୟନଗର ଓ ଝାରପଡ଼ାରେ ରହୁଥିବା ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସଂପୃକ୍ତ ଯୁବକଙ୍କ ରକ୍ତ ନମୁନା ଏପ୍ରିଲ 10ରେ ପଜିଟିଭ ଥିବାର ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ସେହିଦିନ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।


ସେୟାର କରନ୍ତୁ