ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 68କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ଓଡ଼ିଶାରେ 7 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ 5 ଜଣ ଭଦ୍ରକର ଓ 2 ଜଣ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଏମାନଙ୍କୁ ମିଶାଇଲେ ରାଜ୍ୟରେ 68 ଜଣ କରୋନା ପଜିଟିଭ ହୋଇଛନ୍ତି ।

ପୂର୍ବରୁ ଭଦ୍ରକର ବିଭିନ୍ନ ଅଞ୍ଚଳରୁ 3 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 2 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତମାନ ଏହାକୁ ମିଶାଇ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 8ରେ ପହଞ୍ଚି ଯାଇଛି ।

ଅନ୍ୟପକ୍ଷରେ ବାଲେଶ୍ୱରେ ଚିହ୍ନଟ ହୋଇଥିବା 2 ଜଣ କରୋନା ରୋଗୀଙ୍କୁ ମିଶାଇଲେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 3ରେ ପହଞ୍ଚି ଯାଇଛି । ପୂର୍ବରୁ ଜିଲ୍ଲାରେ ଚିହ୍ନଟ ହୋଇଥିବା ପ୍ରଥମ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 10 ହଜାର 641ଟି ନମୁନା ପରୀକ୍ଷଣ କରାଯାଇଥିବା ବେଳେ 10 ହଜାର 573ଟି ରିପୋର୍ଟ ନେଗେଟିଭ ଆସିଛି ଏବଂ 68ଟି ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ଭିତରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 24 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏବେ ରାଜ୍ୟରେ 43ଟି ଆକ୍ଟିଭ କେସ୍ ରହିଛି । ଲଗାତର ତିନି ଦିନ ଧରି ରିପୋର୍ଟ ନେଗେଟିଭ ଆସିବା ପରେ 18 ତାରିଖ ଦିନ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।


ସେୟାର କରନ୍ତୁ