ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 118 ଛୁଇଁଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ପୁଣି 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ 118 ହୋଇଅଛି । ଏହି 7 ଆକ୍ରାନ୍ତ ଭଦ୍ରକ ଏବଂ ସୁନ୍ଦରଗଡ଼ର ରାଉରକେଲା ଅଂଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ‌ କରି ସୂଚନା ପ୍ରଦାନ କରିଛନ୍ତି ।

ତେବେ ଭଦ୍ରକରୁ ଚିହ୍ନଟ ହୋଇଥିବା 3 ଜଣ ଆକ୍ରାନ୍ତଙ୍କ ବୟସ – 45 (ପୁରୁଷ), 28 (ପୁରୁଷ) ଓ 29ବର୍ଷ (ପୁରୁଷ) । ଭଦ୍ରକରୁ ଚିହ୍ନଟ ହୋଇଥିବା ସଂକ୍ରମିତ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି । ସେହିପରି ରାଉରକେଲା ନାଲାରୋଡ‌ରୁ ଚିହ୍ନଟ ଚାରି ଜଣ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ-55 ବର୍ଷୀୟ (ମହିଳା), 35 ବର୍ଷୀୟା (ମହିଳା), 38 ବର୍ଷୀୟ (ପୁରୁଷ) ଓ 27 ବର୍ଷୀୟ (ପୁରୁଷ) ରହିଛନ୍ତି ।

ବର୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହୋଇଅଛି ଏବଂ ଭଦ୍ରକ ଜିଲ୍ଲାରେ 19 ବୃଦ୍ଧି ପାଇଛି । ରାଜ୍ୟରେ ଏହି କରୋନାରେ ଆଜି ପର୍ଯ୍ୟନ୍ତ 118 ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 37 ବ୍ୟକ୍ତି ସୁସ୍ଥ ହୋଇଛନ୍ତି ଏବଂ 80 ଜଣଙ୍କର ଚିକିତ୍ସା ଚାଲୁରହିଛି ।


ସେୟାର କରନ୍ତୁ