ସଲମାନ ଖାନଙ୍କ ନୂଆଗୀତ ‘ତେରେ ବିନା’ର ଟିଜର ହେଲା ରିଲିଜ,ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ସହ ରୋମାନ୍ସ କରୁଥିବାର ଆସୁଛନ୍ତି ନଜର… ଦେଖନ୍ତୁ Video

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦେଶରେ କରୋନା ଭାଇରସ କାରଣରୁ ଯେଉଁଠି ଲକଡାଉନ ଜାରିରହିଛି,ତେବେ ସେଇଠି ବଲିଓଡ ଭାଇଜାନ ତଥା ସଲମାନ ଖାନ ପୁଣି ଥରେ ଫ୍ୟାନ୍ସ ମାନଙ୍କୁ ନୂଆ ତୋଫା ଦେବାକୁ ଯାଉଛନ୍ତି । ସଲମାନ ଖାନଙ୍କ ନୂଆଗୀତ ‘ତେରେ ବିନା’ର ଟିଜର ରିଲିଜ ହୋଇଅଛି । ଏହି ଟିଜରରେ ସଲମାନ ଖାନ ଏବଂ ଜ୍ୟାକଲିନ ଫର୍ଣ୍ଣାଡ଼ିଜଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳୁଅଛି । ଫ୍ୟାନ୍ସମାନଙ୍କୁ ‘ତେରେ ବିନା’ର ଟିଜର ଖୁବ ପସନ୍ଦ ଆସୁଅଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଲକଡାଉନରେ ସଲମାନ ଖାନଙ୍କ ଏହି ନୂଆଗୀତ ‘ତେରେ ବିନା’ ଜଲ୍ଦି ରିଲିଜ ହେବାପାଇଁ ଯାଉଅଛି । କହିବାକି ଏହା ପୂର୍ବରୁ ସଲମାନ ଖାନଙ୍କ ଗୀତ ‘ପ୍ୟାର କରୋନା’ ରିଲିଜ ହୋଇଥିଲା । ଏହି ଗୀତ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ତେବେ ‘ତେରେ ବିନା’ ଟିଜରକୁ କେଵଳ ଗୋଟିଏ ଘଣ୍ଟାରେ 1 ଲକ୍ଷରୁ ବେଶୀ ବ୍ୟୁଜ ମିଳିସାରିଲାଣି । ସଲମାନ ଏବଂ ଜ୍ୟାକଲିନଙ୍କ ଏହି ରୋମାଣ୍ଟିକ ସଙ୍ଗୀତ 12 ମଇକୁ ରିଲିଜ ହେବ ।

କହିଦେବାକି ‘ତେରେ ବିନା’ ଗୀତର ସୁଟିଂ ସଲମାନ ଖାନ ଏବଂ ଜ୍ୟାକଲିନ ଫର୍ଣ୍ଣାଡ଼ିଜ ନିଜର ନିଜର ପନୱେଲ ଵାଲେ ଫାର୍ମ ହାଉସରେ କରିଛନ୍ତି । ଏହି କଥାର ଜାନକାରୀ ଆକ୍ଟର ଇଣ୍ଟରଭିୟୁ ସମୟରେ ଦେଇଥିଲେ । ସେ କହିଥିଲେ କି ଗରମ ବହୁତ କାରଣରୁ ଏହି ଗୀତର ସୁଟିଂକୁ 4 ଦିନ ସମୟ ଲାଗିଥିଲା । ତେବେ ସଲମାନ ଏବଂ ଜ୍ୟାକଲିନଙ୍କ ଏହି ରୋମାଣ୍ଟିକ ସଙ୍ଗୀତ ଆକ୍ଟରଙ୍କର ୟୁଟ୍ୟୁଵ ଚ୍ୟାନେଲରେ ରିଲିଜ ହେବ ।


ସେୟାର କରନ୍ତୁ