ଭୁବନେଶ୍ୱର : ରାଜ୍ୟରେ ପୋଲିସ ବିଭାଗରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏ ନେଇ ଟ୍ୱିଟରରେ ଟ୍ୱିଟ କରି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ । ତେବେ ଆକ୍ରନ୍ତ ହୋଇଥିବା ପୋଲିସ କର୍ମଚାରୀ ଜଣକ 36 ବର୍ଷୀୟ ଯୁବକ । ସେ ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା । ସେ ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲ୍କୁ ଚିକିତ୍ସା ଲାଗି ପଠାଯାଇଛି ।
