ରାଜ୍ୟରେ ସୁସ୍ଥ ହେଲେ ଆଉ 30 କରୋନା ରୋଗୀ, ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା 307

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସମୟରେ ଆଜି ପୁଣି 30 କରୋନା ଆକ୍ରାନ୍ତ ରାଜ୍ୟରେ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଭଲ ଖବର । ତେବେ ଏହି 30 ଆକ୍ରାନ୍ତଙ୍କ ମଧ୍ୟରୁ 20ଜଣ ଗଞ୍ଜାମର, 5 ଜଣ କେନ୍ଦ୍ରାପଡ଼ାର, 2ଜଣ ଭଦ୍ରକର, 2ଜଣ ବାଲେଶ୍ୱର ଓ ନୟାଗଡ଼ରୁ ଜଣେ ଥିବା ଜଣାଯାଇଛି । ଏହା ଫଳରେ ରାଜ୍ୟରେ ସୁସ୍ଥ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 307କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ସେୟାର କରନ୍ତୁ