ରାଜ୍ୟରେ ସୁସ୍ଥ ହେଲେ 62 କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ 62 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ରୋଗୀ ସୁସ୍ଥ ହେବା ମୋଟ ସଂଖ୍ୟା 497ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର 41 ଜଣ ଥିବା ବେଳେ ବାଲେଶ୍ୱରର 15, ରାଉରକେଲାର 2 ଓ ଭଦ୍ରକ, ଯାଜପୁର, ମୟୂରଭଞ୍ଜର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର (ଅନ୍ୟ ରାଜ୍ୟ)ର ଜଣେ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।


ସେୟାର କରନ୍ତୁ