ରାଜ୍ୟରେ ସୁସ୍ଥ ହେଲେ 79 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 812

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି 79 କରୋନା ଆକ୍ରାନ୍ତ । ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ହେବା ମୋଟ ସଂଖ୍ୟା 812 ଜଣରେ ପହଞ୍ଚିଛି । ଏହି 79ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହି ସୁସ୍ଥ କରୋନା ଆକ୍ରାନ୍ତ ମଧ୍ୟରେ ଗଞ୍ଜାମର 11 ଜଣ, ଯାଜପୁର 5, ବାଲେଶ୍ୱର 17, କଟକ 4, ଭଦ୍ରକ 28, କେନ୍ଦୁଝର 3, ଖୋର୍ଦ୍ଧା 2, ବଲାଙ୍ଗିର 2, ପୁରୀରୁ 7 ଜଣ ରହିଛନ୍ତି ।

ରାଜ୍ୟରେ ଏପର୍ଯ୍ୟନ୍ତ 1 ଲକ୍ଷ 36 ହଜାର 274ଟି ଆରଟିପିସିଆର ନମୁନା ପରୀକ୍ଷା ହୋଇଛି। ଏଥିରୁ 1593ଟି ନମୁନା ପଜିଟିଭ ଆସିଥିବା ବେଳେ 812 ଜଣ ରୋଗୀ ସୁସ୍ଥ ହୋଇଛନ୍ତି। କରୋନା ଭାଇରସ ଯୋଗୁଁ ରାଜ୍ୟରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 774 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।


ସେୟାର କରନ୍ତୁ