ବଲିଓଡ଼ ଏକ୍ଟ୍ରସ ଲକଡାଉନରେ ଛାତ ଉପରେ ପୋଛା ଲଗାଇ ଲଗାଇ କରିଲେ ଷ୍ଟଣ୍ଟ, Video ଦେଖନ୍ତୁ ହୋଇଯିବେ ହୈରାନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅଦା ଶର୍ମା ଲକଡାଉନ ପରେ ନିଜର ମସ୍ତିଭରା ଅନ୍ଦାଜରେ ଫ୍ୟାନ୍ସ ମାନଙ୍କୁ ଏଣ୍ଟରଟେନ କରାଉଛନ୍ତି । ଏହା ଭିତରେ ଅଭିନେତ୍ରୀ ଘର କାମରେ ମଧ୍ୟ ଧ୍ୟାନ ଦେଇଛନ୍ତି । ଯେଉଁଠି କିଛି ଦିନ ପୂର୍ବରୁ ଆଦା ୱାର୍କଆଉଟ କରି ପୋଛା ଲଗାଉଥିଲେ ସେଇଠି ଏବେ ନୂଆ ଭିଡିଓରେ ସେ ମାର୍ଶାଲ ଆଟର୍ସ କରି କପଡ଼ା ସୁଖାଉଛନ୍ତି । ସେ ଏହାର କ୍ରେଡିଟ ନିଜର କମାଣ୍ଡୋ ଷ୍ଟାର ବିଦ୍ୟୁତ ଜାମୱାଲାକୁ ଦେଇଛନ୍ତି । ଆଦା ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି ଏବଂ ନିଜ ପ୍ରଶଂସକଙ୍କ ପାଇଁ କିଛି ନା କିଛି ଏଣ୍ଟରଟେନିଂ ପୋଷ୍ଟ୍ କରୁଥାନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି ।

ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଆଦା ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଅଦା ଶର୍ମା ଛାତ ଉପରେ ଘର ପୋଛା କନାକୁ ବାଲଟିରେ ଓଦା କରୁଛନ୍ତି । ଏହା ପରେ ସେ ପୋଛା କନାକୁ ଦୁଇ ହାତରେ ପବନରେ ବୁଲାଉଛନ୍ତି । ଭିଡିଓରେ ସେ ପୋଛା କନା ସହ ଆକ୍ସନ୍ କରୁଥିବା ନଜର ଆସିଛନ୍ତି । ଭିଡିଓର ବ୍ୟାକଗ୍ରାଉଣ୍ଡରେ ‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା’ଗୀତ ଚାଲିଛି । ଏହା ପରେ ପୋଛାକନାକୁ ଛାତରେ ଶୁଖାଇ ଦେଉଛନ୍ତି । ଅଦା ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା,ଭାବନା ରେଡ୍ଡି ଷ୍ଟାଇଲ୍,କ୍ବାରେଣ୍ଟାଇନରେ ଓ୍ବାଶିଂ ମେସିନ୍ କିପରି ହୋଇଥାଏ ଏହା ତାଙ୍କୁ ବିଶ୍ବର ଶ୍ରେଷ୍ଠ କମାଣ୍ଡୋ,ଶ୍ରେଷ୍ଠ ମାର୍ଶାଲ୍ ଆର୍ଟିଷ୍ଟ,ବେଲ୍ଟ ଶେଫ୍ ବିଦ୍ୟୁତ୍ ଦେବ ସିଂହ ଜାମଓ୍ବାଲ୍ ଶିଖାଇଛନ୍ତି । ସୌଭାଗ୍ୟର କଥା ଏହିକି ଯେ ସେ ତାଙ୍କର ବେଷ୍ଟ୍ ଫ୍ରେଣ୍ଡ ।’

ଆଗକୁ ଆହୁରି ‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା’ ଆଦା ଏହି ଲିରିକ୍ସକୁ ବଦଳାଇ ଫ୍ୟାନ୍ସଙ୍କୁ କିଛି ନୂଆ ଶୁଣାଉଛନ୍ତି । ସେ ଲେଖିଛନ୍ତି,’ମୁଁ ନିଜର କ୍ରିଏଟିଭ ଆଜାଦୀ ସାଥିରେ ଲିରିକ୍ସକୁ କିଛି ବଦଳାଇ ଅଛି । ହୋ ଏକ ଲଡ଼କି କୋ ଦେଖା ତୋ ଏସା ଲଗା ଜେସେ କୁଙ୍ଗଫୁ ଚ୍ୟାମ୍ପ । ଯେମିତି ୟାଦ ଆ ରହାୟେ ଫ୍ୟାସନ କି ରାମ୍ପ, ଜେସେ ପିଆନୋ କି ତାନ । ହୋ …।’


ସେୟାର କରନ୍ତୁ