ରାଜ୍ୟରେ ସୁସ୍ଥ ହେଲେ 65 କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣର ମାମଲା ବଢ଼ିବାରେ ଲାଗିଅଛି । ତେବେ ରାଜ୍ୟରେ ଏଥିରୁ ମଧ୍ୟ ସୁସ୍ଥ ହେବା ସଂଖ୍ୟା କ୍ରମଶଃ ଧୀରେ ଧୀରେ ବୃଦ୍ଧି ଘଟୁଛି । ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ 65 କରୋନା ଆକ୍ରାନ୍ତ । ଏହି ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଏବେ ରାଜ୍ୟରେ ମୋଟ 1481 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ଏହି 65 ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ 14 ଜଣ, ଜଗତସିଂହପୁର 10 ଜଣ, କେନ୍ଦ୍ରାପଡ଼ାରୁ 10 ଜଣ, ଭଦ୍ରକରୁ 8 ଜଣ, କେନ୍ଦୁଝରରୁ 7 ଜଣ, ବଲାଙ୍ଗୀରରୁ 6 ଜଣ, ଖୋର୍ଦ୍ଧାରୁ 3 ଜଣ ଏବଂ ବାଲେଶ୍ୱର ଓ ଯାଜପୁରରୁ 2ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହା ସହ ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଅଛି ।


ସେୟାର କରନ୍ତୁ