Coronavirus: ଦେଶରେ 24 ଘଣ୍ଟାରେ ସବୁଠାରୁ ଅଧିକ ମୃତ୍ୟୁ, ଦୁନିଆରେ ଛଅ ନମ୍ବରରେ ପହଞ୍ଚିଲା ଭାରତ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ ପ୍ରତିଦିନ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ତେଜିରେ ବଢୁଅଛି । ଶନିବାର ସକାଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ଏବେ ଏହି ମହାମାରୀରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 2 ଲକ୍ଷ 36 ହଜାର 657 ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥି ମଧ୍ୟରୁ 6642 ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ଏବଂ ଏକ ଲକ୍ଷ 14 ହଜାର ଲୋକ ଠିକ ମଧ୍ୟ ହୋଇସାରିଲେଣି । ଦେଶରେ 24 ଘଣ୍ଟାରେ କରୋନା ଭାଇରସ ରେକର୍ଡ଼ 9887 ନୂଆ କେସ ସାମ୍ନାକୁ ଆସିଅଛି ଏବଂ 294 ମୃତ୍ୟୁ ହୋଇଅଛି । ଏହା ଭାରତରେ କରୋନାର ମାମଲା ଓ ମୃତ୍ୟୁ ହୋଇଥିବା ଗୋଟିଏ ଦିନରେ ସବୁଠାରୁ ବେଶୀ ବଢ଼ିଅଛି ।

ଦୁନିଆରେ ଛଅ ନମ୍ବରରେ ପହଞ୍ଚିଲା ଭାରତ
ଆମେରିକା, ବ୍ରାଜିଲ, ରୁଷ, ସ୍ପେନ, ବ୍ରିଟେନ ପରେ କରୋନା ମହାମାରୀରେ ସବୁଠାରୁ ବେଶୀ ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ଭାରତ ଛଅ ନମ୍ବରରେ ପହଞ୍ଚିଯାଇଅଛି । ତେବେ ଭାରତରେ ମାମଲା ବଢିବାର ରପ୍ତାର ଦୁନିଆରେ ତୃତୀୟ ନମ୍ବରରେ ଆସିଯାଇଅଛି । ଶୁକ୍ରବାରକୁ ବ୍ରାଜିଲରେ 30,136 ଏବଂ ଆମେରିକାରେ 25,273 ନୂଆ ମାମଲା ଆସିଅଛି,ଯେବେକି ରୁଷରେ 8,726 ନୂଆ ମାମଲା ଆସିଅଛି । ଏହାର ସିଧା କଥା ହେଉଛି କି ଗୋଟିଏ ଦିନରେ ନୂଆ ମାମଲାର ବଢିବାରେ ଭାରତ ଦୁନିଆରେ ତୃତୀୟ ନମ୍ବରରେ ପହଞ୍ଚିଯାଇଅଛି । ଭାରତରେ ଆଜି 9887 ନୂଆ ମାମଲା ସାମ୍ନାକୁ ଆସିଅଛି ।


ସେୟାର କରନ୍ତୁ