ରାଜ୍ୟରେ 108 କରୋନା ପଜିଟିଭ ଚି଼ହ୍ନଟ, ମୋଟ ସଂଖ୍ୟା 4163

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଅଛି । ରାଜ୍ୟରେ ପୁଣି 108ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4163କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ 13ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ଏବଂ ଅବଶିଷ୍ଟ 95ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଦର୍ଶାଯାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ନୂଆ ସଂକ୍ରମିତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ 21 ଜଣ, କେନ୍ଦୁଝର ଜିଲ୍ଲାରୁ 5 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 7 ଜଣ, କେନ୍ଦ୍ରାପଡା ଜିଲ୍ଲାରୁ 9 ଜଣ, ଅନୁଗୋଳ ଜିଲ୍ଲାରୁ ଜଣେ, ବାଲେଶ୍ବର ଜିଲ୍ଲାରୁ 4 ଜଣ, କଟକ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ 9 ଜଣ, ଗଞ୍ଜାମ ଜିଲ୍ଲାରୁ 8 ଜଣ, ପୁରୀ ଜିଲ୍ଲାରୁ 15 ଜଣ, ଗଜପତି ଜିଲ୍ଲାରୁ 7 ଜଣ, ସୁନ୍ଦରଗଡ ଜିଲ୍ଲାରୁ 2 ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, ବରଗଡ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ଜଣେ ଏବଂ ଏହାସହ ଅଗ୍ନିଶମ ବିଭାଗର କର୍ମଚାରୀ 16 ଜଣ ସଂକ୍ରମିତ ହୋଇଛନ୍ତି । ଏମାନେ ଅମ୍ଫାନ କାମ ସାରି ପଶ୍ଚିମବଙ୍ଗରୁ ଫେରିଥିଲେ ।

କହିବାକି, ଏବେ ରାଜ୍ୟରେ 4163 ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲା ବେଳେ ଏମାନଙ୍କ ମଧ୍ୟରୁ 2854ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା 1295 ରହିଛି । ସେହିପରି 11 ଜଣଙ୍କର ମୃତ୍ୟୁ କରୋନା ପାଇଁ ହୋଇଅଛି ଏବଂ 3 ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ପାଇଁ ହୋଇଛି ।


ସେୟାର କରନ୍ତୁ