ରାଜ୍ୟରେ ସୁସ୍ଥ ହେଲେ 125 କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଜୀବନ ନେଉଥିବା କରୋନା ଥମିବାର ନାଁ ଧରୁନାହିଁ । ଏହାରି ଭିତରେ ଆସିଛି ରାଜ୍ୟକୁ ଖୁସି ଖବର, ରାଜ୍ୟରେ ଆଜି ସୁସ୍ଥ 125 କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3988କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ଆଜି କରୋନାରୁ ସୁସ୍ଥ ହୋଇଥିବା ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ 33 ଜଣ, ପୁରୀରୁ 17 ଜଣ, କଟକରୁ 14 ଜଣ, ମୟୂରଭଞ୍ଜ ଜିଲ୍ଲାରୁ 13 ଜଣ, ଗଞ୍ଜାମରୁ 10 ଜଣ, କେଉଁଝର ଜିଲ୍ଲାରେ 9ଜଣ, ଯାଜପୁର 8 ଜଣ, ନୂଆପଡ଼ା 6 ଜଣ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ 4ଜଣ ଲେଖାଏଁ ରହିଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାରେ 3ଜଣ, ବଲାଙ୍ଗୀର ଜିଲ୍ଲାର 2 ଜଣ , କନ୍ଧମାଳ ଓ ମାଲକାନଗିରି ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ