ଭୁବନେଶ୍ୱରରେ 38 କରୋନା ପଜିଟିଭ ଚି଼ହ୍ନଟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ଭୁବନେଶ୍ୱରରୁ 38 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ତେବେ ରାଜ୍ୟର ରାଜଧାନୀରୁ ବାହାରିଥିବା ଏହି 38 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 25ଜଣ ହୋମ କ୍ୱାରେଣ୍ଟାଇନ‌ରେ ରହିଥିଲେ ଏବଂ 13ଟି ସ୍ଥାନୀୟ କେସ ରହିଅଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଅଛି ।

ଘରେ ସଙ୍ଗରୋଧରେ ରହି ଚିହ୍ନଟ ହୋଇଥିବା 25ଜଣଙ୍କ ମଧ୍ୟରୁ 5ଜଣ ଜୟଦେବ ବିହାର ନିକଟସ୍ଥ ମେଫେୟାର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ପୁରୁଷ(74), ସେହିପରି ଦୁଇଜଣ ମହିଳା ଯଥା-36ବର୍ଷ ଓ 73ବର୍ଷ ଓ ଏକ ବର୍ଷର ଦୁଇଟି ଶିଶୁ ରହିଛନ୍ତି । ଏମାନେ ସମସ୍ତେ କିଛିଦିନ ତଳେ ମୁମ୍ବାଇରୁ ଫେରିଥିଲେ ।

ସେହିପରି ମଞ୍ଚେଶ୍ୱର ଅଞ୍ଚଳସ୍ଥ ପ୍ରତିଦିନ କାର୍ଯ୍ୟାଳୟ ନିକଟରରୁ ଚିହ୍ନଟ ହୋଇଥିବା 11ଜଣ ନିକଟରେ ଉତ୍ତରପ୍ରଦେଶରୁ ଫେରିଥିବା ବେଳେ ଉକ୍ତ ଅଞ୍ଚଳରୁ ଚିହ୍ନଟ ହୋଇଥିବା 4ଜଣ ପଶ୍ଚିମବଙ୍ଗରୁ ଓ ଜଣେ କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ।

ଏଥିସହିତ ପଶ୍ଚିମବଙ୍ଗରୁ ଫେରି ସଙ୍ଗରୋଧରେ ଥିବା ଜଣେ 44ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମୁମ୍ବାଇରୁ ଫେରି ୟୁନିଟ-8ରେ ସଙ୍ଗରୋଧରେ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କର ମଧ୍ୟ କୋଭିଡ-19 ରିପୋର୍ଟ ପଜିଟିଭ ଆସିଅଛି । ୟୁନିଟ-6 ରାଧାକ୍ରିଷ୍ଣ ମନ୍ଦିର ନିକଟରୁ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ନିକଟରେ ବେଙ୍ଗାଲୁରୁରୁ ଫେରିଥିଲେ ।

ସେହିଭଳି 13 ଲୋକାଲ କଣ୍ଟାକ୍ଟ କେସ‌ରୁ 8 ପୁରୁଷ ଓ 5 ଜଣ ମହିଳା ରହିଛନ୍ତି । 4 ଜଣ ଲକ୍ଷ୍ମୀ ସାଗର ବସ୍ତି, ଜଣେ ଚକେଇସିଆଣି, ଜଣେ ମଞ୍ଚେଶ୍ୱର ଓ ଜଣେ ଭିଏସଏସ ନଗରର ବୋଲି ଜଣାପଡିଛି । ଏକ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 5 ଜଣ ଘରୋଇ ହସ୍ପିଟାଲ କର୍ମଚାରୀ ଥିବା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 258 ଏବଂ ସେଥିମଧ୍ୟରୁ 127 ସୁସ୍ଥ ଅଛନ୍ତି ଓ 127 ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 3 ଜଣଙ୍କର ମୃତ୍ୟୁ ହୋଇଛି ।


ସେୟାର କରନ୍ତୁ