ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ସୁଖ, ସମ୍ମାନ, ମର୍ଯ୍ୟାଦା ସବୁ କିଛି ମିଳିପାରେ । କର୍ମ ଚଞ୍ଚଳ ରହିବେ । ବ୍ୟବସାୟ ଲାଭ ହେବ ଓ ଅର୍ଥ ପ୍ରାପ୍ତିର ସୂଚନା ରହିଛି । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ ।

ବୃଷ: ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସିଦ୍ଧହସ୍ତ ହେବେ । ଭାଗ୍ୟଶାଳୀ ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନୋନିବେଶ କରିବେ ।

ମିଥୁନ: କାର୍ଯ୍ୟରେ ଅଗ୍ରଗତି ଘଟିବ । ଈର୍ଷାରୁ ନିବୃତ୍ତହେଲେ ପ୍ରଶଂସାର ପାତ୍ର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଅଧିକ ବ୍ୟୟ ପାଇଁ ଇଚ୍ଛା କରିବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି ।

କର୍କଟ: ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ନିଜ ବଂଶର ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସେବା ମନୋଭାବର ହୋଇପାରନ୍ତି । ବିବାହ ବିଳମ୍ବ ହେବ ।

ସିଂହ: ଏକ ନୂତନ କାର୍ଯ୍ୟ ହାତକୁ ଆସିପାରେ । କର୍ମ ଚଞ୍ଚଳ ରହିବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ଆମୋଦ ପ୍ରମୋଦରେ ସମୟ ବିତାଉ ଥିବା ବେଳେ ଶତ୍ରୁର ଉପସ୍ଥିତି ପାଇଁ ବ୍ୟସ୍ତ ହୋପାରନ୍ତି ।

କନ୍ୟା: ମିତ୍ର ଲାଭର ସୂଚନା ମିଳୁଛି । କର୍ମ ଚଞ୍ଚଳ ରହିବେ । ଆକସ୍ମିକ ଧନଲାଭ ହୋଇପାରେ । ଲୋକପ୍ରିୟତା ଅର୍ଜନ କରିବେ । ବିଦ୍ୟା ଏପରିକି ଜ୍ୟୋତିଷ ବିଦ୍ୟାପ୍ରତି ଆଗ୍ରହୀ ହେବେ ।

ତୁଳା: ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ବ୍ୟକ୍ତିତ୍ୱର ବିକଶିତ ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । କୃଷି କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ । ବୁଦ୍ଧିମାନ୍ ହୋଇପାରନ୍ତି ।

ବିଛା: କାର୍ଯ୍ୟକୁ ଆୟତ୍ତାଧୀନ କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ମଧୁରଭାଷୀ ଓ ମେଳାପୀ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ,ଯେଉଁ କାରଣରୁ ମନ ପ୍ରଫୁଲ ରହିବ ।

ଧନୁ: ପରିଶ୍ରମର ମୂଲ୍ୟ ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମିତ୍ର ସୁଖ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିବେ ।

ମକର: ପରାମର୍ଶ ବିନା, ସ୍ୱାଧୀନଭାବେ କିଛି କରିବାକୁ ଇଚ୍ଛା କରନ୍ତୁ, ଅବଶ୍ୟ ସଫଳ ହେବେ । ଆର୍ଥିକସ୍ଥିତି ଭଲ ରହିବ ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ ।

କୁମ୍ଭ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଅଧିକ ବ୍ୟୟ ପାଇଁ ଇଚ୍ଛା କରିବେ । କର୍ମ ଚଞ୍ଚଳ ରହିବେ । ସ୍ନେହପୂର୍ଣ୍ଣ କଥାରେ ସହକର୍ମୀମାନଙ୍କୁ ଆପଣାର କରି କାର୍ଯ୍ୟ ହାସଲ କରିବେ ।

ମୀନ: କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।


ସେୟାର କରନ୍ତୁ