ରାଜ୍ୟରେ 456 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 9526

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 456 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9526କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 456 ଜଣଙ୍କ ମଧ୍ୟରୁ 309 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 147 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 456 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲା 14 ଜଣ, ବରଗଡ ଜିଲ୍ଲାରୁ 33 ଜଣ, ବଲାଙ୍ଗୀର ଜିଲ୍ଲାରୁ 6 ଜଣ, ଭଦ୍ରକ ଜିଲ୍ଲାରୁ 12 ଜଣ, କଟକ ଜିଲ୍ଲାରୁ 13 ଜଣ, ଗଞ୍ଜାମ ଜିଲ୍ଲାରୁ 166 ଜଣ, ଯାଜପୁର ଜିଲ୍ଲାରୁ 57 ଜଣ, କଳାହାଣ୍ଡି ଜିଲ୍ଲାରୁ 2 ଜଣ, କନ୍ଧମାଳ ଜିଲ୍ଲାରୁ 3 ଜଣ, କେନ୍ଦ୍ରାପଡା ଜିଲ୍ଲାରେ 5 ଜଣ, କେନ୍ଦୁଝର ଜିଲ୍ଲାରୁ 2 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 21 ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ 23 ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କୋରାପୁଟ ଜିଲ୍ଲାରୁ 10 ଜଣ, ମୟୂରଭଞ୍ଜ ଜିଲ୍ଲାରୁ 8 ଜଣ, ନବରଙ୍ଗପୁର ଜିଲ୍ଲାରୁ 24 ଜଣ, ନୟାଗଡ ଜିଲ୍ଲାରୁ 4 ଜଣ, ପୁରୀ ଜିଲ୍ଲାରୁ 3 ଜଣ, ରାୟଗଡା ଜିଲ୍ଲାରୁ 13 ଜଣ, ସମ୍ବଲପୁର ଜିଲ୍ଲାରୁ 15 ଜଣ, ସୁନ୍ଦରଗଡ ଜିଲ୍ଲାରୁ 20 ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ 6224 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା 3254 ରହିଛି ।


ସେୟାର କରନ୍ତୁ