ରାଜ୍ୟରେ ସୁସ୍ଥ ହେଲେ 303 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 7006

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 303 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 7006ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 303 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ 120 ଜଣ, ଯାଜପୁର ଜିଲ୍ଲାରୁ 46 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 28 ଜଣ, କଟକ ଜିଲ୍ଲାରୁ 21 ଜଣ, କେନ୍ଦୁଝର ଜିଲ୍ଲାରୁ 16 ଜଣ, ନୟାଗଡ଼ ଜିଲ୍ଲାରୁ 14 ଜଣ, ନବରଙ୍ଗପୁର ଜିଲ୍ଲାରୁ 9 ଜଣ, ପୁରୀ ଜିଲ୍ଲାରୁ 7 ଜଣ, ବରଗଡ଼ ଜିଲ୍ଲାରୁ 6 ଜଣ, ଢ଼େଙ୍କାନାଳ, ଝାରସୁଗୁଡ଼ା ଓ ମୟୁରଭଞ୍ଜ ଜିଲ୍ଲାରୁ 5 ଜଣ ଲେଖାଏଁ, ଅନୁଗୁଳ ଓ ନୂଆପଡ଼ା ଜିଲ୍ଲାରୁ 4 ଜଣ ଲେଖାଏଁ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ 3 ଜଣ ଲେଖାଏଁ ଏବଂ ବଲାଙ୍ଗୀର, ଜଗତସିଂହପୁର, କରୋପୁଟ ଓ ମାଲକାନଗିରି ଅଞ୍ଚଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ