Coronavirus: 9 ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ରୋଗୀଙ୍କ ସଂଖ୍ୟା, 24 ଘଣ୍ଟାରେ ପାଖାପାଖି 29 ହଜାର ନୂଆ ମାମଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଅଛି । ଦେଶରେ ପ୍ରତିଦିନ ଅଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହେଉଛି । ଆଜି ଆମେରିକା ପରେ ଦୁନିଆରେ ସବୁଠାରୁ ବେଶୀ ମାମଲା ଭାରତରେ ଆସିଅଛି । 24 ଘଣ୍ଟାରେ 29 ହଜାର ପାଖାପାଖି କରୋନା ନୂଆ ମାମଲା ପଞ୍ଜିକୃତ ହୋଇଅଛି । ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 9 ଲକ୍ଷ ପାଖାପାଖି ପହଞ୍ଚିଅଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଏପର୍ଯ୍ୟନ୍ତ 8 ଲକ୍ଷ 78 ହଜାର 254 ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ 23,174 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଲକ୍ଷ 53 ହଜାର ଲୋକ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ପୂର୍ବ 24 ଘଣ୍ଟା ମଧ୍ୟରେ 28 ହଜାର 701 ନୂଆ ମାମଲା ସାମ୍ନାକୁ ଆସିଅଛି ଏବଂ 500 ଜଣଙ୍କର ମୃତ୍ୟୁ ହୋଇଛି ।

ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ
କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଓ ବ୍ରାଜିଲ ପରେ ଗୋଟିଏ ଦିନରେ ସବୁଠାରୁ ଅଧିକ ମାମଲା ମଧ୍ୟ ଭାରତରେ ଦର୍ଜ କରାଯାଉଛି । କିନ୍ତୁ ଯଦି ଆମେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ (3,413,936), ବ୍ରାଜିଲ (1,866,176) ରେ ଅଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନ ରହିଅଛି ।

ଆକ୍ଟିଭ କେସ ମାମଲାରେ ଟପ-5 ରାଜ୍ୟ
ପରିସଂଖ୍ୟାନ ଅନୁଯାୟୀ, ଦେଶରେ ବର୍ତ୍ତମାନ 3 ଲକ୍ଷ କରୋନା ଆକ୍ଟିଭ ମାମଲା ରହିଛି । ସବୁଠାରୁ ବେଶି ସକ୍ରିୟ ମାମଲା ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ 1 ଲକ୍ଷ 3 ହଜାରରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ଦ୍ୱିତୀୟ ନମ୍ବରରେ ତାମିଲନାଡୁ, ତୃତୀୟ ନମ୍ବରରେ ଦିଲ୍ଲୀ, ଚତୁର୍ଥ ନମ୍ବରରେ ଗୁଜରାଟ ଏବଂ ପଞ୍ଚମ ନମ୍ବରରେ ପଶ୍ଚିମବଙ୍ଗ ଅଛି । ଏହି ପାଞ୍ଚ ରାଜ୍ୟରେ ସବୁଠାରୁ ବେଶି ଆକ୍ଟିଭ କେସ ଅଛି । ଆକ୍ଟିଭ କେସ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି, ଅର୍ଥାତ୍ ଭାରତ ହେଉଛି ଏମିତି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


ସେୟାର କରନ୍ତୁ