ରାଜ୍ୟରେ 618 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 14,898

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 618କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 14,898କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 618 ଜଣଙ୍କ ମଧ୍ୟରୁ 411 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 207 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 618 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ 14 ଜଣ, ବାଲେଶ୍ୱର ଜିଲ୍ଲାରୁ 61 ଜଣ , ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ 2 ଜଣ, ବୌଦ୍ଧ ଜିଲ୍ଲାରୁ 2 ଜଣ, କଟକ ଜିଲ୍ଲାରୁ 16 ଜଣ, ଢେଙ୍କାନାଳ ଜିଲ୍ଲାରୁ 2 ଜଣ, ଗଞ୍ଜାମ ଜିଲ୍ଲାରୁ 286 ଜଣ, ଗଜତସିହଂପୁର ଜିଲ୍ଲାରୁ 26 ଜଣ, ଯାଜପୁର ଜିଲ୍ଲାରୁ 5 ଜଣ, ଝାରସୁଗୁଡା ଜିଲ୍ଲାରୁ ଜଣେ, କେନ୍ଦ୍ରାପଡା ଜିଲ୍ଲାରୁ 9 ଜଣ, କେନ୍ଦୁଝର ଜିଲ୍ଲାରୁ 5 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 107 ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ 13 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 21 ଜଣ, ନୟାଗଡ ଜିଲ୍ଲାରୁ 15 ଜଣ, ପୁରୀ ଜିଲ୍ଲାରୁ 5 ଜଣ, ରାୟଗଡା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ 10 ଜଣ, ସୁନ୍ଦରଗଡ ଜିଲ୍ଲାରୁ 15 ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 14,898 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 4933ଟି ଆକ୍ଟିଭ କେସ୍ ରହିଅଛି ଏବଂ 9864 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ