ରାଜ୍ୟରେ ସୁସ୍ଥ ହେଲେ 440 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 13,749

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 440 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 13,749ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 440 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ 83 ଜଣ, ଗଞ୍ଜାମରୁ 68 ଜଣ, ବାଲେଶ୍ୱରରୁ 49 ଜଣ, ମାଲକାନଗିରିରୁ 40 ଜଣ, ଜଗତସିଂପୁରରୁ 23 ଜଣ, ଭଦ୍ରକରୁ 21 ଜଣ, ମୟୁରଭଞ୍ଜରୁ 20 ଜଣ, କୋରାପୁଟରୁ 18 ଜଣ, ପୁରୀରୁ 17 ଜଣ, ଝାରସୁଗୁଡ଼ାରୁ 12 ଜଣ, କେନ୍ଦୁଝରରୁ 12 ଜଣ, ନବରଙ୍ଗପୁରରୁ 12 ଜଣ, କଟକରୁ 11 ଜଣ, ବରଗଡ଼ରୁ 10 ଜଣ, ଯାଜପୁରରୁ 9 ଜଣ, ଅନୁଗୁଳରୁ 9 ଜଣ, କେନ୍ଦ୍ରାପଡ଼ାରୁ 6 ଜଣ, ସୁନ୍ଦରଗଡ଼ରୁ 6 ଜଣ, ବଲାଙ୍ଗୀରିରୁ 5 ଜଣ, ସମ୍ବଲପୁରରୁ 5 ଜଣ ଏବଂ ନୟାଗଡ଼ରୁ 4 ଜଣ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ