ରାଜ୍ୟରେ 1203 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 30378କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1203 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 30378କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1203 ଜଣଙ୍କ ମଧ୍ୟରୁ 758 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 445 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1203 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ 250, ଅନୁଗୁଳ ଜିଲ୍ଲାରୁ 15, ବାଲେଶ୍ବର ଜିଲ୍ଲାରୁ 20, ବରଗଡ଼ ଜିଲ୍ଲାରୁ 12, ଭଦ୍ରକ ଜିଲ୍ଲାରୁ 53, ବଲାଙ୍ଗୀର ଜିଲ୍ଲାରୁ 6, ବୌଦ୍ଧ ଜିଲ୍ଲାରୁ 6, କଟକ ଜିଲ୍ଲାରୁ 97, ଦେବଗଡ଼ ଜିଲ୍ଲାରୁ 8, ଢେଙ୍କାନାଳ ଜିଲ୍ଲାରୁ 3, ଗଜପତି ଜିଲ୍ଲାରୁ 72, ଜଗତସିଂହପୁର ଜିଲ୍ଲାରୁ 8, ଯାଜପୁର ଜିଲ୍ଲାରୁ 46, କଳାହାଣ୍ଡି ଜିଲ୍ଲାରୁ 4, କନ୍ଧମାଳ ଜିଲ୍ଲାରୁ 14, କେନ୍ଦ୍ରାପଡ଼ା ଜିଲ୍ଲାରୁ 14, କେନ୍ଦୁଝର ଜିଲ୍ଲାରୁ 11, ଖୋର୍ଦ୍ଧା ଜିଲ୍ଲାରୁ 220, କୋରାପୁଟ ଜିଲ୍ଲାରୁ 66, ମାଲକାନଗିରି ଜିଲ୍ଲାରୁ 65, ମୟୂରଭଞ୍ଜ ଜିଲ୍ଲାରୁ 16, ନବରଙ୍ଗପୁର ଜିଲ୍ଲାରୁ 4, ନୟାଗଡ଼ ଜିଲ୍ଲାରୁ 24, ପୁରୀ ଜିଲ୍ଲାରୁ 9, ରାୟଗଡ଼ା ଜିଲ୍ଲାରୁ 45, ସମ୍ବଲପୁର ଜିଲ୍ଲାରୁ 40, ସୋନପୁର ଜିଲ୍ଲାରୁ 4, ସୁନ୍ଦରଗଡ଼ ଜିଲ୍ଲାରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 30378 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 11235ଟି ଆକ୍ଟିଭ କେସ୍ ରହିଅଛି ଏବଂ 18938 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ