ରାଜ୍ୟରେ 1528 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 47,455କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 1528 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 47,455କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1528 ଜଣଙ୍କ ମଧ୍ୟରୁ 948 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 580 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 1528 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 233ଜଣ, ଖୋର୍ଦ୍ଧାରୁ 218, ସମ୍ବଲପୁରରୁ 168, ସୁନ୍ଦରଗଡ଼ରୁ 126, ଢେଙ୍କାନାଳରୁ 107, କଟକରୁ 72, ଭଦ୍ରକରୁ 70, କୋରାପୁଟରୁ 67, ବଲାଙ୍ଗୀରରୁ 59, ବାଲେଶ୍ବରରୁ 43, ମାଲକାନଗିରିରୁ 38, ଯାଜପୁରରୁ 33, ନୟାଗଡ଼ରୁ 32, ଗଜପତି ଓ କଳାହାଣ୍ଡିରୁ 31 ଜଣ ଲେଖାଏଁ, ରାୟଗଡ଼ାରୁ 27, ପୁରୀରୁ 26, ନବରଙ୍ଗପୁରରୁ 23 , ଜଗତସିଂହପୁର ଓ ମୟୂରଭଞ୍ଜରୁ 22 ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ 17 ଜଣ ଲେଖାଏଁ, ବରଗଡ଼ରୁ 10, ଝାରସୁଗୁଡ଼ାରୁ 9, ଅନୁଗୁଳ ଜିଲ୍ଲାରୁ 8, ବୌଦ୍ଧରୁ 7, କେନ୍ଦୁଝର ଓ ସୋନପୁର ଜିଲ୍ଲାରୁ 5 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 47,455 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 15334ଟି ଆକ୍ଟିଭ କେସ୍ ରହିଅଛି ଏବଂ 31784 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ