ଦେଶରେ 30 ଲକ୍ଷ ପାଖକୁ ପହଁଚିଲା କରୋନା ସଂଖ୍ୟା, ଏପର୍ଯ୍ୟନ୍ତ ପାଖାପାଖି 56 ହଜାର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଆମେରିକା-ବ୍ରାଜିଲ ଠାରୁ ମଧ୍ୟ ଦେଶରେ ଅଧିକ ନୂଆ ମାମଲା ପଞ୍ଜିକୃତ ହେଉଛି । ପୂର୍ବ 24 ଘଣ୍ଟା ମଧ୍ୟରେ କରୋନା 69,878 ନୂତନ ରୋଗୀ ଚି଼ହ୍ନଟ ହୋଇଛନ୍ତି ଏବଂ 945 ଜଣଙ୍କର ମୃତ୍ୟୁ ହୋଇଛି । ଏହି କରୋନା ସଂଖ୍ୟା ହେଉଛି ବିଶ୍ୱରେ ଆସିଥିବା ଗୋଟିଏ ଦିନରେ ସର୍ବାଧିକ ରୋଗୀ ଆସିଥିବା । ଆମେରିକା ଏବଂ ବ୍ରାଜିଲରେ ପୂର୍ବ ଦିନରେ ଯଥାକ୍ରମେ 50,421 ଏବଂ 31,391 ଟି ନୂଆ ମାମଲା ରୁଜୁ ହୋଇଛି । ଏହାପୂର୍ବରୁ ଅଗଷ୍ଟ 19 ରେ ଭାରତରେ ରେକର୍ଡ 69,652 କରୋନା ମାମଲା ପଞ୍ଜିକୃତ ହୋଇଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ 29 ଲକ୍ଷ 75 ହଜାର 701 ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ 55,794 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା 6 ଲକ୍ଷ 97 ହଜାରକୁ ବୃଦ୍ଧି ପାଇଛି ଏବଂ 22 ଲକ୍ଷ 22 ହଜାର ଲୋକ ଏହି ରୋଗରୁ ଠିକ ହୋଇଛନ୍ତି । ସଂକ୍ରମଣର ଆକ୍ଟିଭ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ।

ଆକ୍ଟିଭ କେସ ମାମଲାରେ ଟପ 5 ରାଜ୍ୟ
ସଂଖ୍ୟା ମୁତାବକ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରର ଡାକ୍ତରଖାନାରେ ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ ମାମଲା ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି ।


ସେୟାର କରନ୍ତୁ