ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 37 ଲକ୍ଷ ପାର, ଏପର୍ଯ୍ୟନ୍ତ 66,333 ରୋଗୀଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 37 ଲକ୍ଷ ଅତିକ୍ରମ କରିଛି । ଏପର୍ଯ୍ୟନ୍ତ ମୋଟ 37,69,523 ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ 66,333 ରୋଗୀ ପ୍ରାଣ ହରାଇଛନ୍ତି । ଭାରତରେ ଆକ୍ଟିଭ କେସ ତଥା ଯାହାର ଚିକିତ୍ସିତ ହେଉଅଛି ତାହାର ମାମଲା ସଂଖ୍ୟା 8,01,282 ଅଟେ । ପୂର୍ବ 24 ଘଣ୍ଟା ମଧ୍ୟରେ, ଭାରତରେ 78,357 ନୂତନ ଚିହ୍ନଟ ହୋଇଥିବା ଜଣାଯାଇଛି, 1045 ରୋଗୀ ମୃତ୍ୟୁ ବରଣ କରିଛନ୍ତି ଏବଂ 62026 ରୋଗୀ ଆରୋଗ୍ୟ ହୋଇଛନ୍ତି ।

ଏହା ମଧ୍ୟରେ ଭଲ ଖବର ଏହା କି ସଂକ୍ରମଣରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେରେ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ 29,01,908 ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏହା ସହିତ ରିକବରୀ ରେଟ 76.98% ହୋଇଅଛି । ତେବେ ଏଥି ସହିତ ସଂକ୍ରମଣରେ ମୃତ୍ୟୁହାରରେ କ୍ରମାଗତ ହ୍ରାସ ଘଟିଛି । ଭାରତରେ ସଂକ୍ରମଣ ମୃତ୍ୟୁ 1.75% ।


ସେୟାର କରନ୍ତୁ