ସଲମାନ ଖାନ ମାସ୍କ ପିନ୍ଧି ସାଇକେଲ ଚଲାଉ ଥିବାର ଆସିଲେ ନଜର, ଦେଖନ୍ତୁ ଭାଇରାଲ ଫଟୋ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ଦବଙ୍ଗ ସଲମାନ ଖାନ ଏହି ସମୟରେ ବିଗ୍ ବସ୍ 14 ରେ ନିଜର ଫି’କୁ ନେଇ ଚର୍ଚାରେ ଅଛନ୍ତି । ଖବର ଆସିଥିଲା କି ଏହି ସିଜିନ୍ ପାଇଁ ସେ 450 କୋଟି ଟଙ୍କା ନେଉଛନ୍ତି । ଲକଡାଉନ୍ ସମୟରେ ସଲମାନ ଖାନ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ଥିଲେ ଏବଂ ନିଜର ଫାର୍ମ ହାଉସରୁ ଫଟୋ ଏବଂ ଭିଡିଓ ପୋଷ୍ଟ କରୁଥିଲେ । ନିଜର ଭିଡିଓରେ ସେ କରୋନା ବିଷୟରେ ଲୋକମାନଙ୍କ ଠାରେ ସଚେତନତା ସୃଷ୍ଟି କରୁଥିଲେ । ସଲମାନ ଖାନ ପୁଣି ଏକ ଫଟୋ ପ୍ରଶଂସକଙ୍କ ମଧ୍ୟରେ ସେୟାର କରିଛନ୍ତି । ଫଟୋରେ ସେ ସାଇକେଲ ଚଲାଉଛନ୍ତି ଏବଂ ଲୋକଙ୍କୁ ଫିଟ୍ ରହିବାକୁ ପରାମର୍ଶ ଦେଉଛନ୍ତି ।

View this post on Instagram

#StaySafe

A post shared by Salman Khan (@beingsalmankhan) on

ସଲମାନ ଖାନ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି: ‘ଫିଟ୍ ରୁହ।’ ଏହି ଫଟୋରେ ସଲମାନ ଖାନ ଗ୍ରେ ସ୍ଵେଟ ସାର୍ଟ ଏବଂ ଗ୍ରେ ସାର୍ଟରେ ନଜର ଆସିଛନ୍ତି ଏବଂ ସେ ଏକ ମାସ୍କ ମଧ୍ୟ ପିନ୍ଧିଛନ୍ତି | ଏଥି ସହିତ ସଲମାନ ଖାନଙ୍କ ଫଟୋ ଉପରେ ପ୍ରଶଂସକମାନେ ମଧ୍ୟ ଜମକର ପ୍ରତିକ୍ରିୟା ଦେଉଛନ୍ତି । କହିବାକି ସଲମାନ ଖାନ ଲକଡାଉନ୍ ମଧ୍ୟରେ ତିନୋଟି ଗୀତ ରିଲିଜ୍ କରିଥିଲେ, ସେ ଏହି ଗୀତଗୁଡ଼ିକୁ ନିଜର ଫାର୍ମ ହାଉସରେ ଶୁଟ୍ କରିଥିଲେ । ଏଥିମଧ୍ୟରେ ‘ପ୍ୟାର କରୋନା’, ‘ତେରେ ବିନା’ ଏବଂ ‘ଭାଇ-ଭାଇ’ ଗୀତ ଅନ୍ତର୍ଭୁକ୍ତ । ସମସ୍ତ ତିନୋଟି ଗୀତକୁ ମଧ୍ୟ ପ୍ରଶଂସକମାନେ ପସନ୍ଦ କରିଥିଲେ ।

ସଲମାନ ଖାନ ଖୁବ୍ ଶୀଘ୍ର ବିଗ୍ ବସ୍ 14କୁ ହୋଷ୍ଟ କରୁଥିବା ଦେଖିବାକୁ ମିଳିବ । କହିବାକି ଏଥର ବିଗ୍ ବସ୍ 14 ରେ ଟିଭିର ନାଗୀନ ଅର୍ଥାତ୍ ନିୟା ଶର୍ମା ଜଣେ ପ୍ରତିଯୋଗୀ ଭାବରେ ଦେଖାଯାଇପାରନ୍ତି । ତାଙ୍କ ବ୍ୟତୀତ କରଣ କୁନ୍ଦ୍ରା, ବିବିଆନ୍ ଡିସେନା, ସୁରଭି ଜ୍ୟୋତି, ଜସ୍ମିନ୍ ଭାସିନ୍ ଏବଂ ଆଲିଶା ପାୱାରଙ୍କ ପରି କଳାକାର ମାନଙ୍କୁ ବିଗ୍ ବସ୍ 14 ପାଇଁ ଆପ୍ରୂଚ କରାଯାଇଅଛି । ଖବରକୁ ମାନିବା ତ ତେବେ ବିଗ୍ ବସ୍ 14ର ଏହା ହେଉଛି 14ତମ ସିଜିନ୍ ଯାହା ସେପ୍ଟେମ୍ବରରୁ ଆରମ୍ଭ ହେବ । ମାନା ଯାଉଛି ଯେ ଚଳିତ ବର୍ଷ ଶୋ’ର ଥିମ୍ ‘ଜଙ୍ଗଲ’ ଉପରେ ଆଧାରିତ ହେବ, ଯାହା ଲକଡାଉନ୍ ସ୍ଥିତି ଉପରେ ନଜର ରଖି ହେବ ।


ସେୟାର କରନ୍ତୁ