Coronavirus: ପୂର୍ବ 24 ଘଣ୍ଟାରେ ଆସିଲା 61,871 ହଜାର ନୂତନ ମାମଲା, ଆକ୍ଟିଭ ମାମଲା ସଂଖ୍ୟା 7 ଲକ୍ଷ 83 ହଜାରକୁ ଖସିଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ 61,871 ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିବାବେଳେ 72,614 ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ତେବେ 1033 ରୋଗୀ ମଧ୍ୟ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ସଂକ୍ରମିତ ମୋଟ କରୋନା ରୋଗୀଙ୍କ ସଂଖ୍ୟା 74 ଲକ୍ଷ 94 ହଜାର ଅତିକ୍ରମ କରିଛି । ଏଥିମଧ୍ୟରୁ ଏକ ଲକ୍ଷ 14 ହଜାର ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଠିକ ହୋଇଥିବା ମାମଲା ସଂଖ୍ୟା 65 ଲକ୍ଷ 97 ହଜାରରେ ପହଞ୍ଚିଛି ଏବଂ ଆକ୍ଟିଭ ମାମଲା ସଂଖ୍ୟା 7 ଲକ୍ଷ 83 ହଜାରକୁ ଖସି ଆସିଛି । ଠିକ ହୋଇଥିବା ଲୋକଙ୍କ ସଂଖ୍ୟା ସଂକ୍ରମଣର ଆକ୍ଟିଭ ମାମଲା ଅପେକ୍ଷା ଆଠ ଗୁଣ ଅଧିକ ।


ସେୟାର କରନ୍ତୁ