ଛଲାଙ୍ଗର ଦ୍ୱିତୀୟ ଗୀତ ‘ତେରୀ ଚୋରିଆଁ’ ହେଲା ରିଲିଜ, ଯାଦୁ କରୁଅଛି ଗୁରୁ ରନ୍ଧୱାଙ୍କ ଗୀତ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ବହୁ ପ୍ରତିଭାବାନ ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ଛଲାଙ୍ଗ’ ନଭେମ୍ବର 13 ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ରାଜକୁମାରଙ୍କ ସହ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିବ । ଦୁହିଁଙ୍କର ଏକ ଝଲକ ନିକଟରେ ହନି ସିଂଙ୍କ ଗୀତ ‘କେୟର ନି କରଦା’ରେ ଦର୍ଶକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

କହିବାକି ଫିଲ୍ମ ‘ଛଲାଙ୍ଗ’ର ‘କେୟର ନି କରଦା’ ଗୀତ ଆଜିକାଲି ଲୋକଙ୍କ ପାଟିରେ ଅଛି ଏବଂ ଏହା ଖୁବ ଜୋରରେ ଭାଇରାଲ ହେଉଛି । ଏହି ଗୀତ ଟି-ସିରିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏପର୍ଯ୍ୟନ୍ତ 3 କୋଟିରୁ ଅଧିକ ବ୍ୟୁଜ ପାଇଅଛି ।

ଏଥି ସହିତ ଫିଲ୍ମର ନିର୍ମାତା ଏହାର ଦ୍ୱିତୀୟ ଗୀତ ‘ତେରୀ ଚୋରିଆଁ’ ମଧ୍ୟ ରିଲିଜ୍ କରିଛନ୍ତି । ‘ତେରୀ ଚୋରିଆଁ’ ଲବ ରଂଜନ ଏବଂ ଗୁରୁ ରନ୍ଧୱାଙ୍କ ଦ୍ୱାରା ଲିଖିତ ଏବଂ ଏଥିରେ ରାଜକୁମାର ରାଓ ଏବଂ ନୁସରତଙ୍କ ଉତ୍କୃଷ୍ଟ ବଁଡିଙ୍ଗ ଦେଖିବାକୁ ପାଇବେ ।

ଯଦି ଗୁରୁ ରନ୍ଧୱାଙ୍କ ମାନିବା ତ, ତେବେ ତାଙ୍କୁ ଏହି ଗୀତ ଲେଖିବାକୁ ଲବ ରଂଜନ କହିଥିଲେ । ଗୁରୁ ରାନ୍ଧୱା କହିବା ଅନୁଯାୟୀ ‘ଛଲାଙ୍ଗ’ ଫିଲ୍ମ ପାଇଁ ଏହି ଗୀତ ଲେଖିବା ସହିତ ଏହାର ହୁକ୍ ପଏଣ୍ଟ ‘ତେରୀ ଚୋରିଆଁ’ ମଧ୍ୟ ତାଙ୍କୁ ଲବ ରଂଜନଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିଲା ।

କହିବାକି ଫିଲ୍ମ ‘ଛଲାଙ୍ଗ’ର ହନସଲ ମେହେଟ୍ଟା ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଲବ ରଂଜନ, ଅଜୟ ଦେବଗନ, ଅଙ୍କୁର ଗର୍ଗ ଏବଂ ଭୂଷଣ କୁମାର ଏହି ଫିଲ୍ମର ନିର୍ମାତା ଅଟନ୍ତି । ଏହି ଫିଲ୍ମରେ ଆପଣ ରାଜକୁମାର ଏବଂ ନୁସରତଙ୍କ ସହିତ ଜିସାନ ଆୟୁବ, ସୌରଭ ଶୁକ୍ଲା ଏବଂ ଇଲା ଅରୁଣଙ୍କ ଜବରଦସ୍ତ ଆକ୍ଟିଙ୍ଗ ଦେଖିବାକୁ ପାଇବେ ।


ସେୟାର କରନ୍ତୁ