ଅଜୟ ଦେବଗନ୍ ଏବଂ ଅମିତାଭ ବଚ୍ଚନ ପୁଣି ଏକାଠି ଆସିବେ ନଜର, ଫିଲ୍ମର ନାମ Mayday

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଜୟ ଦେବଗନ ପୁଣି ଥରେ ଏକାଠି କାମ କରିବାକୁ ଯାଉଛନ୍ତି । ଫିଲ୍ମ ଟ୍ରେଣ୍ଡ ଏନାଲିଷ୍ଟ ତରନ୍ ଆଦର୍ଶ ଟ୍ୱିଟ୍ କରି ଲେଖିଛନ୍ତି -ବିଗ ନ୍ୟୁଜ ଥ୍ରୀଲର ଡ୍ରାମା ଫିଲ୍ମ Mayday ରେ ଅମିତାଭ ବଚ୍ଚନ ଏବଂ ଅଜୟ ଦେବଗନଙ୍କ ସହ ଖୁବ୍ ଶୀଘ୍ର ଏକ ସାଥିରେ ଦେଖିବାକୁ ମିଳିବ । କହିବାକି ଅଜୟ ଦେବଗନ୍ ଏବଂ ଅମିତାଭ ବଚ୍ଚନ ଅତୀତରେ ମଧ୍ୟ ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି, ସେଥିମଧ୍ୟରୁ ମେଜର ସାବ୍, ‘ଖାକି’, ‘ସତ୍ୟଗ୍ରହ’ ଏବଂ ‘ହମ୍ କିସିସେ କମ ନେହିଁ’ ଏବଂ ବର୍ତ୍ତମାନ ଫିଲ୍ମ ‘ମେଡେ’ରେ ଦୁହେଁ 7 ବର୍ଷ ପରେ ଏକାଠି ନଜର ଆସିବେ ।

ଏହି ଫିଲ୍ମରେ ଅଜୟ ଦେବଗନ ଏବଂ ଅମିତାଭ ବଚ୍ଚନଙ୍କୁ ନେଇ କି ନିଷ୍ପତ୍ତି ନିଆଯାଇଛି ଏବଂ ବାକି କାଷ୍ଟ ଚୟନ କରାଯାଇ ନାହିଁ । ଡିସେମ୍ବରରୁ ଫିଲ୍ମ କାର୍ଯ୍ୟସୂଚୀ ଆରମ୍ଭ ହେବ । “ଅଜୟ ଏହି ଫିଲ୍ମରେ ପାଇଲଟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଏବଂ ତରନ ଆଦର୍ଶ ନିଜ ଟ୍ୱିଟରେ ସୂଚନା ଦେଇଛନ୍ତି ଯେ ଫିଲ୍ମର ସୁଟିଂ ଚଳିତ ବର୍ଷ ଡିସେମ୍ବରରେ ହାଇଦ୍ରାବାଦରେ ଆରମ୍ଭ ହେବ ।


ସେୟାର କରନ୍ତୁ