ମିକା ସିଂହଙ୍କ ସହ ଶେଫାଲୀ ଜରିୱାଲାଙ୍କ କେମିଷ୍ଟ୍ରି ଇଣ୍ଟରନେଟରେ ଲଗାଉଛି ନିଆଁ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କାଣ୍ଟା ଲଗା ଗାର୍ଲ ଭାବରେ ପରିଚିତ ପ୍ରସିଦ୍ଧ ଅଭିନେତ୍ରୀ ତଥା ଡ୍ୟାନ୍ସର ଶେଫାଲୀ ଜରିୱାଲା ଏବଂ ଗାୟକ ମୀକା ସିଂହଙ୍କ ନୂଆ ଗୀତ ୟୁଟ୍ୟୁବରେ ଧମାଲ ମଚାଉଛି । ରିଅଲିଟି ସୋ ‘ବିଗ୍ ବସ୍ 13’ରେ ଶେଫାଲୀ ଜବରଦସ୍ତ ଚର୍ଚାରେ ରହିଥିଲେ । ସେ ଆସିବା ଦିନଠାରୁ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥା’ନ୍ତି । ଏହି ନୂତନ ଗୀତରେ ମିକା ଏବଂ ଶେଫାଲୀଙ୍କ ମଧ୍ୟରେ ଏକ ଚମତ୍କାର କେମିଷ୍ଟ୍ରି ଦେଖିବାକୁ ମିଳିଅଛି ।

ମିକା ସିଙ୍ଗର ନୂଆ ଗୀତ
ଭିଡିଓରେ ଶେଫାଲୀ ଜରିୱାଲାଙ୍କ ଅଭିନୟ ଇଣ୍ଟରନେଟରେ ଧମାକା ମଚାଉଛି । ଏହି ଗୀତର ଲିରିକ୍ସ ହେଉଛି ‘ହୋଠୋ ପେ ବସ୍’, ଯାହା ନିଜେ ମୀଖା ସିଂହ ଗାଇଛନ୍ତି । ଏହି ଗୀତ 31 ଅକ୍ଟୋବରରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା । ଏହି ଗୀତରେ ଏପର୍ଯ୍ୟନ୍ତ 6,369,742 ବ୍ୟୁଜ ଏବଂ 90 ହଜାରରୁ ଅଧିକ ଲାଇକ୍ କରାଯାଇଛି । ନିକଟରେ ମିକା ସିଂହ ଏବଂ ଶେଫାଲୀ ଜରିୱାଲା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ବେଳେବେଳେ ସେ ମିକା ସିଂହଙ୍କୁ ବେସ୍ ବଲ୍ ବ୍ୟାଟ୍ ସହିତ ଥଟ୍ଟା କରୁଥିବା ଦେଖାଯାଏ । କହିବା କି ମିକା ସିଂହଙ୍କ ଏହି ଗୀତ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…


ସେୟାର କରନ୍ତୁ