ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଆପଣଙ୍କ ଲାଗି ଆଜି ଭଲ ଦିନଟିଏ ସାବ୍ୟସ୍ତ ହେବ । ଉତ୍ତମ ବ୍ୟବହାର ବଳରେ ଲୋକଙ୍କ ମନ ଜିଣିନେବେ। ଛାତ୍ର-ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭାରି ରହିବ ।

ବୃଷ: ଭାବିଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଇ˚ଜିନିୟରଙ୍କ ଲାଗି ଦିନଟି ଅତି ଉତ୍ତମ ରହିଛି ।

ମିଥୁନ: ପରିଶ୍ରମର ସନ୍ତୋଷ ଜନକ ଫଳ ପାଇବେ। ବନ୍ଧୁଙ୍କ ଗହଣରେ ସମୟ ବିତିବ । ପରିବାରରେ ଆପଣଙ୍କ ଗୁଣଗାନ ହେବ । ଧନ ସମ୍ୱନ୍ଧିୟ କ୍ଷେତ୍ରରେ ସ୍ଥିତି ଠିକ୍‌ ରହିବ ।

କର୍କଟ: ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ ହୋଇପାରେ । ଅଫିସରେ ଆପଣଙ୍କ ପ୍ରମୋସନ ହୋଇ ନୂଆ ଦାୟିତ୍ବ ନେଇପାରନ୍ତି । କାରବାର ସ˚ପର୍କିତ ଭଲ ଖବର ପାଇବେ ।

ସି˚ହ: ଆଜି ଦିନଟି ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି ନୂଆ ଚୁକ୍ତିପତ୍ର ସ୍ଵାକ୍ଷର କରି ପାରନ୍ତି ଯାହା ଦ୍ୱାରା ଆପଣଙ୍କୁ ଲାଭ ହେବ । ବନ୍ଧୁଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇପାରନ୍ତି ।

କନ୍ୟା: ଜୀବନରେ ନୂଆ କିଛି ପରିବର୍ତ୍ତନ ହେବାର ରହିଛି । ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହଯୋଗ ପାଇବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କଲେ ଲାଭ ପାଇବେ ।

ତୁଳା: ଆଜି ଆପଣଙ୍କର ଭାବନା କରିଥିବା ଚିନ୍ତା ପୂରଣ ହେବ । ଧନ ଆସିବା ହେତୁ ଆର୍ଥିକ ରୂପେ ଆଶ୍ବସ୍ତ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବିଛା: ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ ଅବଶ୍ୟ ସଫଳ ହେବେ । କୌଣସି କଥାକୁ ନେଇ ଅଧିକ ଜିଦ୍‌ କରନ୍ତୁ ନାହିଁ ନଚେତ ହଇରାଣ ହୋଇ ପାରନ୍ତି । ନୂଆ କାମ କରିବା ପୂର୍ବରୁ ଅଭିଭାବକଙ୍କ ଅନୁମତି ନେବା ଭଲ ।

ଧନୁ: ବରିଷ୍ଠ ଓକିଲଙ୍କ ସହିତ କୌଣସି ମାମଲା ନେଇ ଆଲୋଚନା କରିପାରନ୍ତି । ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ । ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ମକର: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । କୌଣସି ଦିଗରୁ ଶୁଭ ସମାଚାର ପାଇବା ହେତୁ ଖୁସି ରହିବେ । ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି ।

କୁମ୍ଭ: ମନ୍ଦିରକୁ ଭଗବାନଙ୍କ ଦର୍ଶନ ପାଇଁ ଯାଇପାରନ୍ତି । ଆପଣ ନିଜ ଶକ୍ତିକୁ ବୁଝି ପାରିବେ । ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବ । ପାରିବାରିକ ଜୀବନ ଶାନ୍ତିମୟ ହେବ ।

ମୀନ: ଅତୀତ କଥାକୁ ନେଇ ମନସ୍ତାପରେ ରହିପାରନ୍ତି । କର୍ମକ୍ଷେତ୍ରରେ ଅଶାନ୍ତିର ସାମନା କରିବାକୁ ପଡ଼ିପାରେ । କାହାରିକୁ ଅତ୍ୟଧିକ ବିଶ୍ବାସ କରନ୍ତୁ ନାହିଁ, ଜଗି ରଖି ଚାଲନ୍ତୁ ।


ସେୟାର କରନ୍ତୁ