ୟୁଟ୍ୟୁବରେ ଏକ ଅରବ ପାର କଲା ଧନୁଷ ଏବଂ ସାଇ ପଲ୍ଲବିଙ୍କ ‘ରାଓଡି ବେବି’, ଦେଖନ୍ତୁ ସାନଦାର ଭିଡ଼ିଓ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ସୁପରଷ୍ଟାର ଧନୁଷ ଏବଂ ସାଇ ପଲ୍ଲବିଙ୍କ ଗୀତ ‘ରାଓଡି ବେବି’ ୟୁଟ୍ୟୁବରେ ଏକ ଅରବ ବ୍ୟୁଜ ଅତିକ୍ରମ କରିଅଛି । ଧନୁଷ ଏବଂ ସାଇ ପଲ୍ଲବିଙ୍କ ‘ରାଓଡି ବେବି’ ଗୀତ ଫିଲ୍ମ ‘ମାରି 2’ରୁ ଆସିଛି । ଏହି ଗୀତର ସଙ୍ଗୀତକୁ ୟୁବନ ଶଙ୍କର ରାଜା ଦେଇଥିବାବେଳେ ଏହାର ଗୀତ ପୋଏଟୁ ଧନୁଷ ଲେଖିଛନ୍ତି । ଏହି ସଂଗୀତକୁ ଧନୁଷଙ୍କ ବ୍ୟତୀତ ଧି ମଧ୍ୟ ଏହି ଗୀତରେ ସ୍ୱର ଦେଇଛନ୍ତି । ଏହି ସଫଳତା ଉପରେ ଧନୁଷ ଏବଂ ସାଇ ପଲ୍ଲବି ମଧ୍ୟ ଟ୍ୱିଟ୍ କରିଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

‘ରାଓଡି ବେବି’ର ସଫଳତା ଉପରେ ଧନୁଷ ଟ୍ୱିଟ୍ କରି ଲେଖିଛନ୍ତି,’ କେତେ ଖୁସିର କଥା, ‘ରାଓଡି ବେବି’ ଏକ ଅରବ ବ୍ୟୁଜ ଅତିକ୍ରମ କରିଅଛି ଏବଂ ସେହି ଦିନ ମଧ୍ୟ ଏହା କୋଲାବରୀ ଡି ର ନବମ ବାର୍ଷିକୀ ଥିଲା । ଏହା ଆମର ଗୌରବର ବିଷୟ ଯେ ଏହା ହେଉଛି ପ୍ରଥମ ଦକ୍ଷିଣ ଭାରତୀୟ ଗୀତ ଯାହା ୟୁଟ୍ୟୁବରେ ଏକ ଅରବ ଥର ଦେଖାଯାଇଛି । ଆମର ପୁରା ଟିମ ଆପଣମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେଉଛି ।


ସେୟାର କରନ୍ତୁ